ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ପାଳିତ


ରାଇରଙ୍ଗପୁର ତା:୫/୬/୨୦୨୫ (ବିଏମସି ଟିଭି ଓଡ଼ିଆ)


ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଶତପଥୀଙ୍କ ପୌରହିତ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ  ଶ୍ରୀଯୁକ୍ତ ଶତପଥୀ ” ମା’ ପାଇଁ ଗଛ ଟିଏ” ଅଭିଯାନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର କେରଲା ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋସୀ ରାମ ଯୋଗଦାନ କରି ପରିବେଶ ଓ ପ୍ଲାଷ୍ଟିକ ର ଅପବ୍ୟବହାର ରୋକିବା ପାଇଁ ବକ୍ତବ୍ୟ ରଖିଥିଲେ।ଜାତୀୟ ସେବା ଯୋଜନା ତରଫରୁ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରାଜେନ୍ଦ୍ର ମଣ୍ଡଳ, ଉପଦେଷ୍ଟା ଅଧ୍ୟାପକ ବିଜୟ କୁମାର ରାମ, ଅଧ୍ୟାପିକା ପୁଷ୍ପଲତା ମୁର୍ମୁ , କର୍ମଚାରୀ ଶଙ୍କର୍ଷଣ ମହାନ୍ତ, ଶ୍ୟାମ ସୁନ୍ଦର ମଣ୍ଡଳ, ତରୁଣ ମହାନ୍ତ, ମାୟା ମାହାଲି, ସୁଲୋଚନା ପଲେଇ ଓ ଏନ.ଏସ.ଏସ ର ସ୍ବେଚ୍ଛାସେବୀଗଣ  ଉପସ୍ଥିତ ଥିଲେ। ଶେଷରେ ପିଟି କାରୁ ମାର୍ଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ।

Leave a Reply

Your email address will not be published. Required fields are marked *