ଅଷ୍ଟ୍ରେଲିଆର ଓଡ଼ିଆ ସଂଘ ମହାସମ୍ମିଳନୀ ରେ ପ୍ରଶଂସା ସାଉଁଟିଲା ହୃଷୀକେଶ ପାଣିଗ୍ରାହୀ ଙ୍କ ନାଟକ


ଗଞ୍ଜାମ:- ତା – ୦୯/୨/୦୬/୨୫ (ବିଏମସି ଟିଭି ଓଡ଼ିଆ)


ଅଷ୍ଟ୍ରେଲିଆ ମହାଦେଶର  ପ୍ରତିଷ୍ଠିତ ଓଡ଼ିଆ ଅନୁଷ୍ଠାନ “ଓରିୟୋଜ” ର ଦ୍ୱିବାର୍ଷିକ ମହା ସମ୍ମିଳନୀ ଅବସରରେ ଆୟୋଜିତ “କଳିଙ୍ଗ ଉତ୍ସବ” ରେ ମଞ୍ଚସ୍ଥ ଖ୍ୟାତିସମ୍ପନ୍ନ ଉପସ୍ଥାପକ ହୃଷୀକେଶ ପାଣିଗ୍ରାହୀଙ୍କ ହାସ୍ୟରସାତ୍ମକ ନାଟକ ପାଇଁ , ଅନୁଷ୍ଠାନ ତରଫରୁ ଚଳିତ ଜୁନ ଆଠ ତାରିଖ ରେ ଓରିୟୋଜର ସଭାପତିଙ୍କ ତରଫରୁ ପ୍ରଶଂସା ପତ୍ର ମିଳିଛି।
ଶବ କୁ ନେଇ ରଚିତ ପଚିଶି ମିନିଟ ଅବଧି ର  ହାସ୍ୟରସାତ୍ମକ ନାଟକ ବା ଡାର୍କ କମେଡି “ମୋ ଶବ ବାହକ ମାନେ” ଆଗରୁ ବ୍ରହ୍ମପୁର ଆକାଶବାଣୀ ଦ୍ଵାରା ଆୟୋଜିତ ହାଡ଼ ଉତ୍ସବ – ୨୦୦୩ ଏବଂ ଅନ୍ୱେଷା କଳା କେନ୍ଦ୍ର ଦ୍ବାରା ଆୟୋଜିତ ଚଳଚ୍ଚିତ୍ର ଉତ୍ସବ ୨୦୧୯,ରେ ମଞ୍ଚସ୍ଥ ହୋଇ ପ୍ରଶଂସା ପାଇଥିଲା। ତେବେ ଆନ୍ତର୍ଜାତୀୟ ସ୍ତରରେ ଶ୍ରୀ ପାଣିଗ୍ରାହୀଙ୍କ ଏହି ନୂତନ କୃତିତ୍ୱ ପୁଣି ତାଙ୍କ ପାଇଁ ପ୍ରଶଂସା ଆଣିଦେଇଛି।

ନିକଟରେ ଏହି ନାଟକ ଅଷ୍ଟ୍ରେଲିଆ ର ପର୍ଥ ଠାରେ ଆୟୋଜିତ ଓରିୟୋଜ ର ମହା ସମ୍ମିଳନୀ ର କଳିଙ୍ଗ ଉତ୍ସବ ରେ ମଞ୍ଚସ୍ଥ ହୋଇଥିଲା । ପର୍ଥ ସହରରେ ଥିବା ଓଡ଼ିଆ କଳାକାର ମାନଙ୍କ ନିଖୁଣ ଅଭିନୟ ଉତ୍ସବ ରେ ଅପୂର୍ବ ହସ ର ଫୁଆରା ସୃଷ୍ଟି କରିଥିଲା ବୋଲି ରବିବାର ଦିନ ପ୍ରେରିତ ପ୍ରଶଂସା ପତ୍ର ରେ ଅଷ୍ଟ୍ରେଲିଆ ଓଡ଼ିଆ ମହାସଂଘ ର ସଭାପତି ମନୋଜ କୁମାର ନାୟକ ଜଣାଇଛନ୍ତି।
ନାଟିକା ଟିକୁ ଇଞ୍ଜିନିୟର ମହେଶ କୁମାର ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ଅମ୍ବିତ ହୋତା, ରଞ୍ଜନ ସିଂ, ବିଘ୍ନରାଜ ମହାନ୍ତି, ଅମିତ୍ ପାଣିଗ୍ରାହୀ, କୁନ୍ମିତ ପାତ୍ର, ମହେଶ ସାହୁ, ମୁସ୍ତାକ ପାଇଲଟ, ଶାନ୍ତନୁ କୁମାର, ଜୟଶ୍ରୀ ସାହୁ, ସ୍ୱାତି ମହାନ୍ତି, ସୁଚରିତା ସିଂହ
ଅଭିନୟ କରିଥିଲେ।
ଅଷ୍ଟ୍ରେଲିଆ ରୁ ନିଜ ମଞ୍ଚସ୍ଥ ନାଟକ ପାଇଁ ଏହି ବିରଳ ପ୍ରଶଂସା ପତ୍ର ପାଇବାପରେ ବିଭିନ୍ନ ମହଲରୁ ଶ୍ରୀ ପାଣିଗ୍ରାହୀ ଙ୍କୁ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡାଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ।

Leave a Reply

Your email address will not be published. Required fields are marked *