ଆଡ଼କଟା ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ


  ଗଣିଆ :-୦୯/୦୬/୨୫ (ବିଏମସି ଟିଭି ଓଡ଼ିଆ)

ଗଣିଆ ବ୍ଲକ ଅନ୍ତର୍ଗତ ଆଡ଼କଟା ସଂନିକଟରେ ଥିବା ବନମାଳୀ ମହାବିଦ୍ୟାଳୟ ପକ୍ଷରୁ  ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି ।  ମହାବିଦ୍ୟାଳୟ ର ଅଧକ୍ଷ ସଞ୍ଜୟ କୁମାର ପଣ୍ଡା ଙ୍କ ତତ୍ଵାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ପରିବେଶ ସୁରକ୍ଷା ହେଲେ ଆମେ ସୁରକ୍ଷିତ ରହିବା ବୋଲି ସ୍ଳୋଗାନ ଦେଇଥିଲେ । ବିଶ୍ଵ ପରିବେଶ ଦିବସ ରେ ମହାବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଥିଲା । ବୃକ୍ଷ ହିଁ ଆମ ଜୀବନର ହୃତପିଣ୍ଡ, ଏହାର ସୁରକ୍ଷା ହେଲେ ସମସ୍ତ୍ ପ୍ରାଣୀ ଜଗତ ସୁସ୍ଥ ଅମ୍ଳଜାନ ଗ୍ରହଣ କରି ସୁସ୍ଥ ଜୀବନ ଗଢ଼ିପରିବା ବୋଲି ଆହ୍ବାନ ଦେଇଥିଲେ । ବୃକ୍ଷ ହିଁ ଆମର ଜୀବନ ବୋଲି ଜନସାଧାରଣଙ୍କୁ ସଚେତନ କରିଥିଲେ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *