ବିକଶିତ ସଂକଳ୍ପ କୃଷି ଅଭିଯାନ



ଦଶପଲ୍ଲା :-୧୦ /୦୬/୨୫ (ବିଏମସି ଟିଭି ଓଡ଼ିଆ)

ଭାରତ ସରକାର ଚାଷୀ କୁଳ ର ସମସ୍ତଙ୍କୁ ସୁବିଧାରେ ସମସ୍ତ ପ୍ରକାରର କୃଷି,ଯାନ୍ତ୍ରିକ,ବିହନ,ସାର,କୀଟନାଶକ, ଚାଷପଯୋଗୀ  ସମସ୍ତ ପ୍ରକାର ଉପକରଣ ରିହାତି ଦରରେ ସବୁ ପ୍ରକାରର ଜିନିଷ ଯୋଗାଇ ଦେଇଥାନ୍ତି। ତା ବ୍ୟତୀତ କୃଷକ ମାନଙ୍କ ଅନଲାଇନ ରେଜିଷ୍ଟ୍ରି,ଶୀତଲଭଣ୍ଡାର ନୀତି ଆଦି ଭାରତ ସରକାରଙ୍କର ଏକ ବହୁମୁଖି ଯୋଜନା କେବଳ କୃଷକ ମାନଙ୍କପାଇଁ ଉଦିଷ୍ଟ। ତେବେ ସରକାର ଙ୍କ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ କିପରି ଗାଁ ଗହଳି ର ଜନସାଧାରଣ ଜାଣିପାରିବେ ଓ ସଚେତନ ହୋଇପାରିବେ ସେଥିପାଇଁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ମାନ ଗ୍ରହଣ କରିଥାନ୍ତି। ଏ କ୍ରମରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନାଛିପୁର ଏବଂ ଡିହଗାଁ ଗ୍ରାମପଂଚାୟତ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ କୁ ନେଇ ଦଶପଲ୍ଲା କୃଷି ବିଭାଗ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ ରେ ସାରା ରାଜ୍ୟରେ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ହେବାର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମ ରେ ଦଶପଲ୍ଲା ବ୍ଲକ କୃଷି ଅଧିକାରୀ ତ୍ରିଥା ପଟ୍ଟନାୟକ, ଦଶପଲ୍ଲା ସହକାରୀ କୃଷି ଅଧିକାରୀ ପଲ୍ଲବୀ ମହାପାତ୍ର, ନୟାଗଡ଼ କେଭିକେ ର ବୈଜ୍ଞାନିକ ଶୁଚିସ୍ମିତା ଦ୍ବିବେଦୀ, ପ୍ରମୋଦ ପୃଷ୍ଟି, ଦେବଦ୍ରତା ସେଠି ପ୍ରମୁଖ ଉପସ୍ଥିତ ରହି ବିକଶିତ କୃଷି ବିଷୟରେ ଆଲୋଚନା କରିବା ସହିତ ଉର୍ନ୍ନତ ପାଇଁ ଉପଦେଶ ଦେଇଥିଲେ। ଏଥିସହିତ ସ୍ଥାନୀୟ ସରପଞ୍ଚ ଙ୍କ ସହ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *