ଦଶପଲ୍ଲା :-୧୦/୦୬/୨୫ (ବିଏମସି ଟିଭି ଓଡ଼ିଆ)
କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଜନସାଧାରଣ ଙ୍କ ଗମନା ଗମନ ପାଇଁ ରାସ୍ତା ଘାଟ ସମସ୍ୟା କୁ ଗୁରୁତ୍ୱ ଦେଇ ଅନେକ ଯୋଜନା ମାନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଅନେକ ସମୟରେ ଫଳକ ରାଜନୀତି କରାଯାଇ ଲୋକଙ୍କୁ ଭକୁଆ ବନାଯାଉଛି। ତାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ଦଶପଲ୍ଲା ଏନ ଏ ସି ରେ। ଦଶପଲ୍ଲା ଏନ ଏ ସି ରେ ରାଜବାଟି ଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ବର୍ତମାନ ଅଧିକାଂଶ ସମୟରେ ଯାନବାହାନ ଚଳାଚଳ ବହୁତ ଯାମ ରହୁଛି।ତେବେ ରେଳ ଷ୍ଟେସନ ହେବାକୁ ମଧ୍ୟ ରାସ୍ତା ଗହଳି ରହୁଅଛି। ତେବେ ଡାକ୍ତରଖାନା ଛକ ଠାରୁ ରାଜବାଟୀ ରାସ୍ତାର ପ୍ରଶସ୍ତିକରଣ ତଥା ନବୀକରଣ ପାଇଁ ଗତ ୩ବର୍ଷ ଅର୍ଥାତ ତା ୩୦/୦୪/୨୦୨୧ ରେ ପୂର୍ବତନ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଓ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ କରକମଳରେ ଉଦଘାଟିତ ହୋଇଥିଲା। ମାତ୍ର ଏହା କେବଳ ଫଳକ ରାଜନୀତି ରେ ରହିଯାଇଛି। ନବୀକରଣ ହୋଇଛି ହେଲେ ରାସ୍ତାର ଦୁଇ ପାର୍ଶ୍ୱ ବାଲି, ମାଟିରେ ଭର୍ତ୍ତି ହୋଇ ରହିଥିବା ବେଳେ ଅନ୍ୟ କେଉଁଠି ରାସ୍ତା ଦବି ଖାଲ ହୋଇଗଲାଣି। ୟାକୁ କୁହନ୍ତି ପ୍ରଶକ୍ତି ନବୀକରଣ। ଦେଖାଯାଉ ବିକାଶ ର ଅର୍ଥ କଣ ଏ ପ୍ରକାର? ଦଶପଲ୍ଲା ବାସୀ ଙ୍କୁ ଦିନରେ ଲଣ୍ଠନ ଦେଖେଇ ଭକୁଆ ବନାଇବା ର କାରଣ କଣ? କେବେ ସମସ୍ୟା ସମାଧାନ ହେବ ଓ ଫଳକ ରାଜନୀତି ବନ୍ଦ ହୋଇ ସଠିକ କାର୍ଯ୍ୟ ହେବ ତାହା ଦେଖିବାକୁ ବାକି ରହିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।