ବିକଶିତ ସଂକଳ୍ପ କୃଷି ଅଭିଯାନ



ଗଣିଆ:-୧୧ /୦୬/୨୫ (ବିଏମସି ଟିଭି ଓଡ଼ିଆ)

ଭାରତ ସରକାର ଚାଷୀ କୁଳ ର ସମସ୍ତଙ୍କୁ ସୁବିଧାରେ ସମସ୍ତ ପ୍ରକାରର କୃଷି, ଯାନ୍ତ୍ରିକ, ବିହନ, ସାର, କୀଟନାଶକ, ଚାଷପଯୋଗୀ  ସମସ୍ତ ପ୍ରକାର ଉପକରଣ ରିହାତି ଦରରେ ସବୁ ପ୍ରକାରର ଜିନିଷ ଯୋଗାଇ ଦେଇଥାନ୍ତି। ତା ବ୍ୟତୀତ କୃଷକ ମାନଙ୍କ ଅନଲାଇନ ରେଜିଷ୍ଟ୍ରି, ଶୀତଲଭଣ୍ଡାର ନୀତି ଆଦି ଭାରତ ସରକାରଙ୍କର ଏକ ବହୁମୁଖି ଯୋଜନା କେବଳ କୃଷକ ମାନଙ୍କପାଇଁ ଉଦିଷ୍ଟ। ତେବେ ସରକାର ଙ୍କ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ କିପରି ଗାଁ ଗହଳି ର ଜନସାଧାରଣ ଜାଣିପାରିବେ ଓ ସଚେତନ ହୋଇପାରିବେ ସେଥିପାଇଁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ମାନ ଗ୍ରହଣ କରିଥାନ୍ତି। ଏ କ୍ରମରେ ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ ଗ୍ରାମପଂଚାୟତ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ କୁ ନେଇ ଗଣିଆ କୃଷି ବିଭାଗ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ ରେ ସାରା ରାଜ୍ୟରେ ଜୁନ ୧୨ତାରିଖ ପର୍ଯ୍ୟନ୍ତ ହେବାର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମ ରେ ଗଣିଆ ବ୍ଲକ ସାଂସଦ ପ୍ରତିନିଧି ଶରତ କୁମାର କର, ସରପଞ୍ଚ ଦିପ୍ତିରେଖା ସେନାପତି, ସମିତ ସଭ୍ୟା ସସ୍ମିତା ଦଳେଇ ଗଣିଆ ବ୍ଲକ କୃଷି ଅଧିକାରୀ ମୋନାଲିସା ବେହେରା, ଭାରତୀୟ ଜଳ ପ୍ରବନ୍ଧକ ସଂସ୍ଥାନର ବୈଜ୍ଞାନିକ ଡ.ଦେବବ୍ରତ ସେଠୀ, କେଭିକେ ବୈଜ୍ଞାନିକ ସୁଚିସ୍ମିତ ଦ୍ଵିବେଦୀ, କୃଷି ଅଧିଦଶ୍ରକ ଜ୍ଞାନରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ରହି ବିକଶିତ କୃଷି ବିଷୟରେ ଆଲୋଚନା କରିବା ସହିତ ସରକାରଙ୍କ ଦ୍ଵାରା ଚାଲୁଥିବା ସ୍କିମ ଗୁଡିକର ଲାଭ ଉଠାଇବା ପାଇଁ ଅନୁପ୍ରାଣିତ କରିଥିଲେ ।  ଏଥିସହିତ ବହୁ ପୁରୁଷ ଓ ମହିଳା ଚାଷୀ ଯୋଗ ଦେଇଥିଲେ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *