ସ୍ନାନ ମଣ୍ଡପରେ ସୂଦର୍ଶନଙ୍କ ସହ ତିନି ଠାକୁରଙ୍କ ସ୍ନାନୋତ୍ସବ ଅନୁଷ୍ଠିତ

ସମ୍ବଲପୁର:ତା.୧୧/୦୬(ବିଏମସିଟିଭି ଓଡିଆ)

ବରପାଲି ଜଗନ୍ନାଥ ମନ୍ଦିର ସଂଲଗ୍ନ ସ୍ନାନମଣ୍ଡପ ପ୍ରାଙ୍ଗଣରେ ଚତୁର୍ଦ୍ଧା ଦେବଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ସ୍ନାନ ଉତ୍ସବ ପାଳିତ ହୋଇଯାଇଛି। ବରପାଲି ଜମିଦାର ଲାଲ ବିକ୍ରମ ସିଂ ଦେଓ ଓ ପ୍ରଶାନ୍ତ ସିଂଙ୍କ ତତ୍ତ୍ଵାବଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଜଗନ୍ନାଥ ଦେବଙ୍କ ମୁଖ୍ଯ ସେବକ ରାଜେନ୍ଦ୍ର ପୁଜାରୀଙ୍କ ସମେତ ମନ୍ଦିର ପୁଜାରୀ ମଣ୍ତଳୀ ଓ ସେବକ ବୃନ୍ଦଙ୍କ ସହାୟତାରେ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ସହ ସୂଦର୍ଶନଙ୍କୁ ମନ୍ଦିର ଗମ୍ଭୀରା ଗୃହ ମଧ୍ଯରୁ ପୁଜାର୍ଚ୍ଚନା ସମ୍ପର୍ଣ୍ଣ ପରେ ଘଣ୍ଟ, ମୃଦଙ୍ଗ, ଶଙ୍ଖ, ହରିବୋଲ, ହୁଳହୁଳି ମଧ୍ଯରେ ସ୍ନାନମଣ୍ତପ ବେଦୀକୁ ଅଣା ଯାଇଥିଲା। ପରେ ମଣ୍ଡପରେ ବିଧି ପରମ୍ପରା ସହ ପୂଜାପାଠ ହୋଇଥିଲା। ପରେ ଚତୁର୍ଦ୍ଧା ପ୍ରଭୁଙ୍କୁ ଚୁଆ, ଚନ୍ଦନ, ଅଗୁର, କର୍ପୁର, ଗଙ୍ଗାଜଳ, କ୍ଷୀର ମିଶ୍ରିତ ସୁବାସିତ ଜଳରେ ସ୍ନାନ କରା ଯାଇଥିଲା । ପରମୂହୁର୍ତ୍ତରେ ଆଳତୀ ଓ ପୁଷ୍ପାଞଳୀ ଅର୍ପଣ ପର୍ବ ସମାପନ ପରେ ଭକ୍ତମାନଙ୍କୁ ମହାପ୍ରଭୁମାନଙ୍କ ସୁବାସିତ ସ୍ନାନ ଜଳ ବଣ୍ଟନ କରାଯାଇଥିଲା। ତାପରେ ଠାକୁରମାନଙ୍କୁ ମନ୍ଦିର ପ୍ରବେଶ କରାଯାଇଥିଲା। ପରେ ଚକାବିଧି ପାଳିତ ହୋଇ ଆଗାମି ପନ୍ଦର ଦିନ ପର୍ଯ୍ୟନ୍ତ ତିନି ଠାକୁରଙ୍କୁ ଅଣସର ଘରେ ରଖାଯାଇ ଚିକିତ୍ସା ସେବାକାର୍ଯ୍ଯ ପାଳିତ ହେବ। ଏହି ଅବସରରେ ଦେବସ୍ନାନ ଉତ୍ସବ ଦର୍ଶନାର୍ଥେ ଅଞ୍ଚଳର ବହୁ ମହିଳା ପୁରୁଷ ଭକ୍ତ ସାମିଲ ହୋଇ ଦୁର୍ଲଭ ଦେବସ୍ନାନର ଅପୂର୍ବ ଦୃଶ୍ଯକୁ ଦର୍ଶନ କରିଥିଲେ। ଏହି ପାରମ୍ପରିକ କାର୍ଯ୍ଯକୁ ମନ୍ଦିର ପୂଜକ ଉପେନ୍ଦ୍ର ପୁଜାରୀ, ବାଳକୃଷ୍ଣ ପୁଜାରୀ, ବିନୋଦ ବିହାରୀ ସୁସାରୀ, ନାରାୟଣ ପୁଜାରୀ, ଅମିତ ପୁଜାରୀ, ସଞୟ ମିଶ୍ର, ସୁବଳ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସଂପାଦନ କରିଥିଲେ। ସ୍ଥାନୀୟ ହନୁମାନ ମନ୍ଦିରର ଘଣ୍ଟବାଦ୍ୟ ଭକ୍ତବୃନ୍ଦ ଦେବସ୍ନାନ କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *