ସମ୍ବାଦ ଡିଜିଟାଲ୍ (ଓଡିଶାର ଏକ ମିଡିଆ ଗ୍ରୁପ୍) ଦ୍ୱାରା ଆୟୋଜିତ ଆଗ୍ରୟୋଧି ପୁରସ୍କାର ୨୦୨୫ ଅନୁଷ୍ଠିତ।

ଭୁବନେଶ୍ୱର ; ତା-୧୨/୦୬ ( ବିଏମସି ଟିଭି ଓଡ଼ିଆ)

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍, ସମ୍ବାଦ ଡିଜିଟାଲ୍ (ଓଡିଶାର ଏକ ମିଡିଆ ଗ୍ରୁପ୍) ଦ୍ୱାରା ଆୟୋଜିତ ଆଗ୍ରୟୋଧି ପୁରସ୍କାର ୨୦୨୫ ଓଡିଶା ର ପ୍ରତେକ ଜିଲ୍ଲାର ମେଧାବୀ CBSE ଦଶମ ଏବଂ ଦ୍ୱାଦଶ ପାସ୍-ଆଉଟ୍ ଛାତ୍ରଙ୍କ ଶୈକ୍ଷିକ ସଫଳତାକୁ ସ୍ୱୀକୃତି ପ୍ରଦାନ କରିଥିଲେ। ଏହି ପୁରସ୍କାର ସମାରୋହ ଭୁବନେଶ୍ୱର ରେଳ ଅଡିଟୋରିୟମ୍ ରେ ଅନୁଷ୍ଠିତ ହୋଇଥିଲା ଏବଂ ସମ୍ବାଦର ପ୍ରବନ୍ଧକ  ସୌମ୍ୟ ରଞ୍ଜନ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶକ ମୋନିକା ପଟାନାୟକ, ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

୯୫% ରୁ ଅଧିକ ନମ୍ବର ରଖିଥିବା ସେହି ଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ଆନନ୍ଦିତ ହେଲେ ଏବଂ ଏହି ସୁନ୍ଦର ନୈତିକ ବିକାଶ ସମାରୋହ ଓ ସୁନ୍ଦର ଘୋଷଣା ଶୁଣି ବାରିପଦାର କେନ୍ଦ୍ରୀୟ ବିଦ୍ୟାଳୟର ଏକମାତ୍ର ଛାତ୍ରୀ କାସଭି ରାୟ CBSE ଦଶମରେ ୯୭. ୨ % ନମ୍ବର ରଖି ଉପସ୍ଥିତ ଥିଲେ ଏବଂ ବହୁତ ଖୁସି ହୋଇ ଥିଲେ। ଏବଂ ସମ୍ବାଦର ପ୍ରବନ୍ଧକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶକ ମୋନିକା ପଟାନାୟକଙ୍କ ଆଶୀର୍ବାଦ ନେଇ ବହୁତ ଗର୍ବିତ ଅନୁଭବ କରିଥିବାର ପ୍ରକାଶ କରିଥିଲେ।

କାଶଭି ମୟୁରଭଞ୍ଜ ବାରିପଦା ର ଲଷ୍ମୀପୋଷି କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ। କାସଭି ରାୟ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୭.୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଭୁବନେଶ୍ଵରସ୍ଥିତ ରେଳ ଅଡ଼ିଟୋରିୟମ ଠାରେ ସମ୍ବାଦ ଡିଜିଟାଲ ପକ୍ଷରୁ ଆୟୋଜିତ ସଭାରେ ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ପ୍ରମୁଖ ଯୋଗଦେଇ କାସଭିଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। 

କାସଭି ଜଣେ ମେଧାବୀ ଛାତ୍ରୀ ଭାବେ ପୂର୍ବରୁ ବହୁ ଅନୁଷ୍ଠାନରୁ ସମ୍ମାନୀତ ହୋଇଛନ୍ତି। ଏଥିସହ ସେ ଜଣେ ଆଗଧାଡ଼ିର ଉଚ୍ଚକୋଟୀର ନୃତ୍ୟଶିଳ୍ପୀ ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି।କାସଭିଙ୍କ ସଫଳତା ପାଇଁ ସସ୍ମିତା ସାଏ ରାୟ, ରଶ୍ମିତା ସିଂହ, ସାମ୍ବାଦିକ ଅକ୍ଷୟ ବାବୁ, ବସନ୍ତ ସିଂହ, ସରୋଜ ସାଏ ଓ ଭଏସ ଅଫ ମିଡିଆ ରାଜ୍ୟ ଉପସଭାପତି ସାମ୍ବାଦିକ ସଞ୍ଜୀବ ସାଏ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।


ସମ୍ବାଦଡିଜିଟାଲର ମୁଖ୍ୟ  ଲିଙ୍ଗରାଜ ଲେଙ୍କା ଏବଂ ତାଙ୍କ ଦଳ ଦ୍ୱାରା ଏକ ଅସାଧାରଣ ଢଙ୍ଗରେ ବିଭିନ୍ନ ଜ଼ିଲ୍ଲା ରେ ଆୟୋଜିତ କରିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *