ଦଶପଲ୍ଲା :-୧୩/୦୬/୨୫ (ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଟି ଆଦିବାସୀ ଅଧ୍ୟୁଷିତ ଅଂଚଳ ଭାବେ ବେଶ ଜଣାଶୁଣା। ବିଗତ ସରକାର ରେ ଦଶପଲ୍ଲାର ବିକାଶ ଆଗେଇ ଥିବା ଭଳି ଲାଗୁଥିଲା ତାହାର ଉତ୍ତର କିନ୍ତୁ ଓଲଟା। କେବଳ ରାଜନୀତି ଅଭିସନ୍ଧି ମଧ୍ୟ ଦେଇ ସମସ୍ତେ ଦଶପଲ୍ଲା ବିକାଶ ର ଡିଣ୍ଡିମ ବାଡେଇ ଚାଲିଛନ୍ତି। ଏହି ବ୍ଲକରେ ଅନେକ ସମସ୍ୟା ଆଗରୁ ରହିଛି ଓ ସମସ୍ୟା ର ସମାଧାନ ହେଉଛି ବୋଲି କୁହା ଚାଲିଛି। ମାତ୍ର ଆଜିବି କୁଜା ମେଣ୍ଢୀ, କଙ୍କଣ ମେଣ୍ଢୀ, ନୂଆଗାଁ, ଚଢେୟାପଲି ଓ ଦୁଡା ଆଦି ଅଂଚଳ ରେ ରାସ୍ତା ନାହିଁ, ପିଇବା ପାଣି ନାହିଁ, ଶିକ୍ଷା, ସ୍ୱାସ୍ଥ୍ୟ ସବୁ ଠିକ କେବଳ କାଗଜ କଲମରେ, ମୋବାଇଲ ଟାୱାର ନାହିଁ, ଲାଇନ ମଧ୍ୟ ନାହିଁ। ତେବେ ବିକାଶ ର ଧାରା ଆଗେଇ ଚାଲିଛି ବୋଲି ଆଜି ବି ରାଜନେତା ମାନେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ତେବେ ବିକାଶ କଥା ଉଠିଲେ ପ୍ରଥମେ ବ୍ଲକ ଅଫିସ କୁ ବୁଝାଏ ମାତ୍ର ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜମି ରହୁଥିବା ଜଳ କୁ ଦେଖିଲେ ଆପଣ କହିବେ ବିକାଶ ତ ନିଶ୍ଚୟ ହୋଇଛି। ଯେମିତି କୁହାଯାଏ ଗାଁ ପରିମଳ ଧୋବା ତୁଠରୁ
।ତେବେ ଅସରାଏ ବର୍ଷା ହେଲେ ଗେଟ ସମ୍ମୁଖରେ ପାଣି ଜମିବା କଣ ଏକ ପ୍ରକାର ବିକାଶ ନୁହେଁ କି? ବିକାଶ ତା ବାଟରେ ଚାଲିଛି। ଏ କି ପ୍ରକାର ବିକାଶ ତାହା ଜନସାଧାରଣ ଜାଣିବାକୁ ଆଜି ଚାହିଁ ବସିଛନ୍ତି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।