ଦଶପଲ୍ଲା :-୧୬/୦୬/୨୫ (ବିଏମସି ଟିଭି ଓଡ଼ିଆ)
ଜୁନ ମାସ ୨୭ ତାରିଖରେ ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହେବ। ଶ୍ରୀ କ୍ଷେତ୍ର କୁ ପୂର୍ବରୁ ସେଥିପାଇଁ ଦଶପଲ୍ଲା ବନାଞ୍ଚଳ ରୁ ରଥ କାଠ ଯାଇସାରିଛି। ତେବେ ଠାକୁରଙ୍କ ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଲାଗି ପୂଜାବିଧି ଆରମ୍ଭ ହୋଇଥାଏ। ଏହି କ୍ରମରେ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ଗ୍ରାମର ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ମନ୍ଦିର ପରିସରରେ ରଥ ନିର୍ମାଣ କାର୍ଯ୍ୟ ଶୁଭ ଅନୁକୂଳ ସହ ରଥ କାଠ ପୂଜା ହୋଇ ରଥ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମାତ୍ର ଏଥିପାଇଁ ଆବଶ୍ୟକୀୟ ଅର୍ଥ ଗ୍ରାମବାସୀ ଙ୍କ ଠାରୁ ଆଦାୟ କରି ରଥ ତିଆରି କାର୍ଯ୍ୟ କରାଯାଉଛି। ଗାଁ ର ଜଗନ୍ନାଥ ପ୍ରେମୀ ତଥା ଉଦୀୟମାନ ଯୁବକ ଏହି ପରମ୍ପରା ଓ ସଂସ୍କୃତି କୁ ବଜାୟ ରଖିବା ପାଇଁ ପ୍ରାଣ ପଣେ ଚେଷ୍ଟା କରୁଛନ୍ତି। ତେବେ ସରକାର ଙ୍କ ପକ୍ଷରୁ କୌଣସି ସହାୟତା ଏଥିପାଇଁ ମିଳୁନାହିଁ। ବିଗତ ସରକାର କଳା, ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବା ପାଇଁ ଅନେକ ପ୍ରଚାର କରିଛନ୍ତି। ଭାଗବତ ଟୁଙ୍ଗୀର ପରିକଳ୍ପନା କରିଥିଲେ କିନ୍ତୁ ଗ୍ରାମ ଗୁଡିକରେ ଥିବା ବିଭିନ୍ନ ପ୍ରଥା ଓ ପରମ୍ପରା କୁ ଉଜ୍ଜୀବିତ ରଖିବାକୁ ପ୍ରୟାସ କରୁଥିବା ଅନୁଷ୍ଠାନ କୁ କିଛି ଦେଇନାହାନ୍ତି। କେବଳ ପ୍ରଚାର ଓ ପ୍ରସାର ମଧ୍ୟରେ ସବୁ କିଛି ରହିଗଲା। ତେବେ ନୂତନ ସରକାର ମୋହନ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଗାଁ ରେ ଥିବା କଳା, ସଂସ୍କୃତି, ପରମ୍ପରା କୁ ସହଯୋଗ କରନ୍ତୁ ବୋଲି ଜନସାଧାରଣ ରେ ଆଲୋଚନା ହେଉଛି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।