ବରପାଲିରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ



ସମ୍ବଲପୁର:ତା:୧୮/୦୬(ବିଏମସିଟିଭି ଓଡିଆ)



ଆସନ୍ତା ରଥ ଯାତ୍ରା ପାଇଁ ଆଜି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବରପାଲି ଜଗନ୍ନାଥ ମନ୍ଦିର ପରିସରରେ ଆସନ୍ତା ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଜମିଦାର ଲାଲ ବିକ୍ରମ ସିଂହ ଦେଓ ଙ୍କ ସଭାପତିତ୍ଵ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ରେ ମାଉସୀ ମା ମନ୍ଦିର କରାଯିବ । ସେଠାରେ ଜଗନ୍ନାଥ ଙ୍କୁ ରଖାଯାଇ ଦଶାବତାର କରାଯିବ । ପ୍ରତ୍ୟହ ସନ୍ଧ୍ୟାରେ ଭଜନ କାର୍ଯକ୍ରମ କରାଯିବ । ଚଳିତ ମାସ ୨୭ ତାରିଖ ଦିନ ଶ୍ରୀଗୁଣ୍ଡିଚା, ୧ 0ତାରିଖ ଦିନ ହେରା ପଞ୍ଚମୀ ଓ ୫ ତାରିଖ ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ । ଚଳିତ ବର୍ଷ ୨୭ ତାରିଖ ଅପରାହ୍ନ ୪ ଟା ରେ ପହଣ୍ଡି ବିଜେ ହୋଇ ପ୍ରଭୁ ରଥାରୂଢ଼ ହେବେ ବୋଲି ସ୍ଥିରୀକୃତ ହେଲା ।ଚଳିତ ବର୍ଷ ଯାତ୍ରା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ଙ୍କ ସହଯୋଗ ଦରକାର ବୋଲି ମତ ପ୍ରକାଶ ପାଇଥିଲା । ଏହି ବୈଠକ ରେ ମନ୍ଦିର ପୂଜକ ର ଇତି ରାଜେନ୍ଦ୍ର ପୁଝାରୀ, ବାଳକୃଷ୍ଣ ପୂଜାରୀ , ଉପେନ୍ଦ୍ର ପୁଝାରୀ, ବାଲଗୋପାଲ ପୁଝାରୀଙ୍କ ସମେତ ବରପାଲି ର ବହୁ 8 ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ବିନୋଦନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *