ଗଣିଆ ବାସୁଦେବ ଫାଉଣ୍ଡେସନ ତରଫରୁ ପୂଜ୍ୟପୂଜା ଓ ମେଧା ଶିକ୍ଷା ସମ୍ମାନ ୨୦୨୫ ଅନୁଷ୍ଠିତ ।

ଗଣିଆ :- ୧୮/୦୬ (ବିଏମସି ଟିଭି ଓଡ଼ିଆ)

  ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବିନ୍ଧ୍ୟଗିରୀ ଭବନ ପରିସରରେ ବାସୁଦେବ ଫାଉଣ୍ଡେସନ ତରଫରୁ  ୨୦୨୫ ର ଏକ  ପୂଜ୍ୟପୂଜା ଓ ମେଧା ଶିକ୍ଷା ସମ୍ମାନ ବୁଧବାର ପୂର୍ବାହ୍ନ ୯ ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ  ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୂପେ ଆନୁଷ୍ଠାନିକ ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ବାସୁଦେବ ଫାଉଣ୍ଡେସନ ର ପ୍ରତିଷ୍ଠାତା ଶେଷଦେବ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସଦାଶିବ ମିଶ୍ର, ସାମାଜିକ ସୁରକ୍ଷା ବିଭାଗର ଉପ ସଚିବ ସନ୍ନ୍ୟାସୀ ବେହେରା, ଗଣିଆ ରଘୁନାଥ ଜିୟୁ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ  ଲକ୍ଷ୍ମୀକାନ୍ତ ପଣ୍ଡା, ବିଡ଼ିଓ ଶ୍ରୀ ସାଗର କୁମାର ନନ୍ଦ,  ଆଡକଟା ବନମାଳି ବାରିକି  ମହାବିଦ୍ୟାଳୟର ଅଧ୍ୟକ୍ଷ  ସଞ୍ଜୟ କୁମାର ପଣ୍ଡା, ପ୍ରଖ୍ୟାତ ଶିକ୍ଷାବିଦ୍ ଶ୍ରୀ କୁଳମଣି ବାରିକି, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ନରେଶ ବେହେରା ଓ ଗଣିଆ ରଘୁନାଥ ଜିଉ ମହାବିଦ୍ୟାଳୟର ଅଧ୍ୟକ୍ଷା  ସଲିଲା ସେଠୀ ଓ  ଅନ୍ୟାନ୍ୟ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ , ନୂଆଗାଁ , ଦଶପଲ୍ଲା ଓ ଗଣିଆ  ମହାବିଦ୍ୟାଳୟର ବିଭିନ୍ନ ମେଧାବୀ ଛାତ୍ର ଛାତ୍ରୀ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନବ ପିଢି କୁ ମୂଲ୍ୟବୋଧ, ଶିକ୍ଷା ଓ ସଂସ୍କୃତିକୁ ସମ୍ମାନ କରିବା ପାଇଁ ଅତିଥି ମାନଙ୍କ ଦ୍ଵାରା ଉତ୍ସାହିତ କରାଯାଇଥିଲା । ୯୦ ପ୍ରତିଶତ ମାର୍କ ରଖିଥିବା ଦଶମ, +୨ ର କଳା , ବିଜ୍ଞାନ ଓ ବାଣିଜ୍ୟ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତରୀୟ ,ପୁଷ୍ପଗୁଚ୍ଛ ,ଟ୍ରଫି ସହିତ ମାନପତ୍ର ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଗଣମାଧ୍ୟମର ପ୍ରତିନିଧି ଓ ନିମନ୍ତ୍ରିତ ସମସ୍ତ ଶିକ୍ଷାବିତ୍ ଓ   ଗୁରୁଜୀ ଗୁରୁମା ମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ପ୍ରଫେସର କୁଳମଣି ବାରୀକି ଙ୍କ ସଭାପତିତ୍ବରେ  ପ୍ରଫୁଲ୍ଲ ବେହେରା ସୁଚାରୁ ରୂପେ ମଞ୍ଚ ପରିଚାଳନା କରିଥିଲେ ।  ମଞ୍ଚରେ ଉପସ୍ଥିତ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି , ମୁଖ୍ୟ ବକ୍ତା ଓ ଅନ୍ୟ ସମସ୍ତ ଆଗନ୍ତୁକ ଅତିଥି ମାନଙ୍କୁ ଫାଉଣ୍ଡେସନ ତରଫରୁ ଯଥୋଚିତ ସନ୍ମାନିତ କରାଯାଇଥିଲା । ମଞ୍ଚାଷିନ ସମସ୍ତ ଅତିଥି ନିଜ ନିଜର ଅଭିଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ,   ଜୀବନର ଲକ୍ଷ୍ୟକୁ ପରିପୂରଣ କରିବା , କିପରି ନିଜର ପ୍ରତିଷ୍ଠାକୁ ବଜାୟ ରଖି ସମାଜର ସେବା କରିବା ସହିତ ପିତା ମାତା , ଗୁରୁଜୀ ଗୁରୂମା , ନିଜ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ସ୍ତରରେ ନିଜର ସୁନାମ ଅର୍ଜନ କରିବାକୁ ହେବା , ସେଥିପାଇଁ ଶତ ପ୍ରଚେଷ୍ଟା କରିବାକୁ ପ୍ରେରଣା ଦେଇଥିଲେ ।   ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ । ତେଣୁ ସମସ୍ତ ଛାତ୍ର ଛାତ୍ରୀ କିପରି ନିଜେ ନିଜକୁ ପ୍ରଶାସନିକ ସ୍ତରରେ ସୁଦୃଢ କରି ଅଞ୍ଚଳର ସମସ୍ତ ପ୍ରକାର ବିକାଶ କରିବା ଏକମାତ୍ର ଲକ୍ଷ୍ୟ ହେବା ଆବଶ୍ୟକ । ପରିଶେଷରେ ବାସୁଦେବ ଫାଉଣ୍ଡେସନ ର ସମ୍ପାଦକ ଶେଷଦେବ ସ୍ୱାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ  ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ନିଜର କୃତଜ୍ଞତା ସହିତ ସାଧୁବାଦ୍ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *