୧୧ତମ ରାଜ ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ



ଦଶପଲ୍ଲା :-୧୮/୦୬ (ବିଏମସି ଟିଭି ଓଡ଼ିଆ)

ମା ବାଗଦେବୀ କ୍ରିକେଟ୍ ଗ୍ରାଉଣ୍ଡରେ ଆନନ୍ଦେଶ୍ଵର କ୍ରିକେଟ୍ କ୍ଲବ (ମିଳିତ ଘୁଗୁଡ଼ିପଡା ଓ ଗୁରିଆବରୀ) ଆନୁକୁଲ୍ୟରେ ଚାଲୁଥିବା  ୧୧ତମ ରାଜ ଧମାକା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦଳବେହେରା , ସମାଜସେବୀ ସଞ୍ଜୟ ରାଉତ ଓ ଚନ୍ଦନ ରାଉତ ।୧୬ ଟି ଦଳ କୁ ନେଇ ଅନୁଷ୍ଠିତ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ମା ପିତାବଳୀ କ୍ରିକେଟ୍ କ୍ଲବ, ଓସ୍ତିଆ ଓ ବିଶାଲ ଇଲେଭେନ, ଦଶପଲ୍ଲା ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ରେ ବିଶାଲ ଇଲେଭେନ ପ୍ରଥମେ ବ୍ୟାଟିଂ କରି ୭୬ ରନ କରିଥିଲା। ଜବାବ ରେ ଓସ୍ତିଆ ସମସ୍ତ ଉଇକେଟ ହରାଇ ମ୍ୟାଚ୍ ଟିକୁ ଡ୍ର କରିଥିଲା। ପରେ ସୁପର ଓଭରରେ ଓସ୍ତିଆ ୧୨ ରନ କରିଥିଲା। ବିଶାଲ ଇଲେଭେନ ଗୋଟିଏ ବଲ୍ ବାକିଥାଇ ୧୩ ରନ୍ କରି ମ୍ୟାଚ୍ କୁ ବିଜୟ କରିଥିଲା।ଫାଇନାଲ ମ୍ୟାଚ୍ ରେ ଜିତୁ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।ଏହି ଖେଳ କୁ ପରିଚାଳନା କରୁଥିଲେ ବରିଷ୍ଠ ଅମ୍ପାୟର ପ୍ରମୋଦ କୁମାର।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *