ଦଶପଲ୍ଲା :- ୧୮/୦୬ (ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ମହାବୀର ମନ୍ଦିର ପରିସରରେ ବୁଧବାର ଦିନ ବିକାଶ ବାହାନ ରଥ ଭ୍ରମଣ କୁ ଦଶପଲ୍ଲା ଏନ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସାଂସଦଙ୍କ ଏନ ଏ ସି ପ୍ରତିନିଧି ଅଞ୍ଜନ ଦାସ, ମୁନସିପାଲ ଇଞ୍ଜିନିୟର ଅଶୋକ କୁମାର ଦଳବେହେରା, ଆସିଷ୍ଟାଣ୍ଟ ଇଂଜିନିୟର ସୁଜିତ ସେଠି,ସମସ୍ତ କାଉନସିଲର ପ୍ରମୁଖ ସ୍ୱାଗତ କରିବା ସହ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏଥି ସହିତ ଅନ୍ୟ ସମସ୍ତ କର୍ମଚାରୀ ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ। ସାଧାରଣ ଜନତାଙ୍କ ନିକଟରେ ବିଜେପି ସରକାରଙ୍କର ଲୋକଭିମୁଖୀ ଯୋଜନା ଗୁଡିକ ଉପରେ କିପରି ସଚେତନ କରାଯିବ ତାହା ଏହି ବିକାଶ ବାହନ ର ମୂଳ ଲକ୍ଷ୍ୟ। ରାଜ୍ୟରେ ବିଜେପି ସରକାର ତଥା ମୋହନ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ମଧ୍ୟରେ ବିଭିନ୍ନ ଯୋଜନାର ଉପଲବ୍ଧିକୁ ଲୋକଙ୍କ ପାଖରେ ପହଂଚାଇବା ଉଦେଶ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭlବରେ କରାଯିବା ଆଦି ଏହାର ମୂଳ ଲକ୍ଷ୍ୟ। ଜୁନ ୧୨ ତାରିଖ ଠାରୁ ଜୁନ ୨୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ବିକାଶ ମେଳା ଆୟୋଜନ କରାଯାଇ ବିକାଶ ବାହନ ପ୍ରତ୍ୟେକ ବ୍ଲକରେ ପହଂଚି ପରେ ଗ୍ରାମ ପଂଚାୟତ ମାନଙ୍କରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମ୍ବନ୍ଧରେ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବ l ଏହି ବାହନ ପରିକ୍ରମା ସମୟରେ ସରକାରଙ୍କ ବିଭିନ୍ନ ବିଭାଗର ସହାୟତା, ପ୍ରମାଣ ପାତ୍ର, ଖାଉଟି କାର୍ଡ, ଆଧାର କାର୍ଡ, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା,ଜଙ୍ଗଲ ଜମି ପଟ୍ଟା, ମୃତିକା ସ୍ଵାସ୍ଥ କାର୍ଡ, ଓ ଅନ୍ୟାନ୍ୟ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ସୁଭଦ୍ରା ରେ ଏକ କୋଟି ମହିଳା ଙ୍କ ସମ୍ପୃକ୍ତି, ୧୭ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି, କନ୍ୟା ବିବାହ ଯୋଜନାରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଝିଅ ମାନଙ୍କ ପରମ୍ପରା ଅନୁସାରେ ଗଣ ବିବାହ ଯୋଜନା, ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ , ଧାନ ର ସହାୟକ ମୂଲ୍ୟ କୁ ୮୦୦ ଟଙ୍କା ର ଇନପୁଟ ବୃଦ୍ଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଋଣ ବ୍ୟବସ୍ଥା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୫ ଲକ୍ଷ୍ୟ ରୁ ଉର୍ଦ୍ଧ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବା, ୬ ଲକ୍ଷରୁ ଉର୍ଦ୍ଧ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ରାସନ ପ୍ରଦାନ,୮୦ ବର୍ଷ ଉର୍ଦ୍ଧ ବୟସ୍କ ତଥା ୮୦ ପ୍ରତିଶତ ରୁ ଅଧିକ ଦିବ୍ୟାଙ୍ଗ ମାନଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ ଆଦି ଯୋଜନା ଏ ବିକାଶ ବାହନ ଦ୍ଵାରା ସଚେତନତା ର ମୂଳ ଲକ୍ଷ୍ୟ। ତେବେ ବିଗତ ୨୪ ବର୍ଷ ଶାସନ ରେ ଯାହା ହୋଇ ନ ଥିଲା ତାହା ଏକ ବର୍ଷ ମଧ୍ୟରେ ଅନେକ ମାତ୍ରାରେ ମୋହନ ସରକାର କାର୍ଯ୍ୟକ୍ଷମ ହୋଇପାରିଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।ଏହା ଆରମ୍ଭ ମାତ୍ର ଆଗକୁ ଅନେକ ସମ୍ଭାବନା ଅଛି ବୋଲି ମଧ୍ୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।