ମୁଖ୍ୟମନ୍ତ୍ରୀ ଙ୍କ ବଲାଙ୍ଗୀର ଗସ୍ତ ଯୋଗୁଁ ସାପ ଚୋଟ ଖାଇ ଗୁରୁତର ସାପ ଧରାଳି ଗୁରୁତର, କାର୍ଯ୍ୟରତ କର୍ମଚାରୀ ଙ୍କ ଦୁର୍ବ୍ୟବବାହାର ପ୍ରଦର୍ଶନ।




ବଲାଙ୍ଗୀର/ଟିଟିଲାଗଡ଼, ତା- ୧୮/୦୬ (ବିଏମସି ଟିଭି ଓଡ଼ିଆ)




ଦିନକୁ ଦିନ ଜଙ୍ଗଲ ପଦା ହୋଇ ଚାଲିଛି. ବୃକ୍ଷ ରୋପଣ କେବଳ କାଗଜ କଲମ ରେ ସୀମିତ ଥିବା ବେଳେ ଜଙ୍ଗଲ ଜନ୍ତୁ ସହର ମୁହାଁ ହୋଇ ଚାଲିଛନ୍ତି. ସେ ଯିଏ ହେଉନା କାହିଁ ସାପ କୁ ସମସ୍ତ ଙ୍କ ଭୟ. ଏହି ବିଷଧର ସାପ ସହ ବନ୍ଧୁତା ବାନ୍ଧିଛନ୍ତି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ସହର ବାସିନ୍ଦା ବ୍ରଜ. ନୀଳାମ୍ବର ବାରିକ ନାମ୍ନୀ 23 ବର୍ଷୀୟ ଯୁବକ ଙ୍କ ନିଶା ହେଉଛି ସାପ ଧରିବା. ସାପ ଧରାଳି ଭାବେ ଚିର ପରିଚିତ ଏହି ଯୁବକ କୌଣସି ସ୍ଥାନରେ ସାପ ଦେଖାଯାଏ ତେବେ ଫୋନ କଲ ରେ ଯାଇ ସାପ ଧରିଥାନ୍ତି. ମାତ୍ର 23 ବର୍ଷୀୟ ଯୁବକ ସାପକୁ ଭଲ ପାଇ ସେ ଧରୁଥିବା ସାପ କୁ ନ ମାରି ଜୀବନ୍ତ ଦୂର ଜଙ୍ଗଲ ରେ ନେଇ ଛାଡି ଦେଇଥାନ୍ତି . ଲୋକେ ସାପ କୁ ମାରି ଦେଉ ଥିବା ବେଳେ ସେ ସାପ କୁ ଭଲ ପାଇ ବନ୍ଧୁତା ସ୍ଥାପନ କରି ଥାନ୍ତି, ଏପରିକି ସେ ବେଶ ପରିଚିତ. ବିନା ମୂଲ୍ୟରେ ଏଭଳି ପରିଚୟ ସୃଷ୍ଟି କରି ସେ ଆଠ, ଦଶ ଜଣ ଯୁବକ ଙ୍କୁ ସାପ ସହ କିଭଳି ବନ୍ଧୁତା ସ୍ଥାପନ କରି ତାକୁ ଜୀବନ ରେ ନ ମାରି କିଭଳି ଜଙ୍ଗଲ ରେ ଛାଡି ଦେଇ ଥାନ୍ତି ସେ ନେଇ ତାଲିମ ଦେଇ ଚାଲିଛନ୍ତି. ବିନା ସୁରକ୍ଷା ବ୍ୟବସ୍ତା ରେ ଏଭଳି ସାପ ଧରା ବିପଦ ଜନକ ହୋଇ ଥିବା ବେଳେ ଆଗରୁ ସାପ ଚୋଟ ରେ ଏକ ଆଙ୍ଗୁଠି ନଷ୍ଟ ବା ଅଚଳ ହୋଇ ଯାଇଛି. 50 ହଜାର ଟଙ୍କା ଅସ୍ତ୍ରୋପଚାର ଖର୍ଚ୍ଚ ଥିବା ବେଳେ ସରକାରୀ କାର୍ଡ କାର୍ଯ୍ୟକ୍ଷମ ହୋଇ ନାହିଁ.
ବିଭିନ୍ନ ସୁରକ୍ଷା ଉପ କରଣ ନ ଥିବା ବେଳେ ପୁନଃ ଗତ 11 ତାରିଖ ରେ ଏକ ଗୋଖରା ନାଗ ଧରିବାକୁ ଜଣେ ବ୍ୟକ୍ତି ଘରକୁ ଯାଇ ସାପ କୁ ଏକ ବସ୍ତା ରେ ଭର୍ତି କରୁଥିବା ବେଳେ ସାପ ଚୋଟ ମାରି ଥିଲା. ବିଷ କ୍ରିୟା ରେ ଗୋଡ଼ ଡାକ୍ତର ଖାନା ପହଂଚିବା ରେ ବିଳମ୍ବ ହୋଇ ଗୁରୁତର  ଆହତ ହୋଇ ଥିଲେ. ବିଷ କ୍ରିୟା ରେ ଗୋଡ଼ ଦରଜ ସହ ଫୁଲି ଯାଇ ଗୁରୁତର ହୋଇ ପଡି ଥିଲା. ହେଲେ ଡାକ୍ତରଖାନା ରେ ସେ ଏକ ସାପ ବିଷ ଝଡ଼ିବା ଏକ ଗୋଖରା ନାଗ ର ମଣି ପାଇ ନିଜ ବିଷ ଉତାରି   ଥାଏ. ହେଲେ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ମ୍ୟାଡିକାଲ କଲେଜ ଡାକ୍ତରଖାନା କର୍ମଚାରୀ ବଲାଙ୍ଗୀର ମନ୍ତ୍ରୀ ଙ୍କ ଗସ୍ତ ଅଛି କହି କର୍ମଚାରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ. ଶେଷରେ ବରିଷ୍ଠ ଆସିଷ୍ଟାଷ୍ଟାଣ୍ଡ ପ୍ରୋଫେସର ଡ଼ଃ ଆଶୀର୍ବାଦ ଶତପଥୀ ଡାକ୍ତରୀ ମାଇନା ସହ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରିଥିଲେ. ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିଥିବା ବେଳେ ଗୋଡ଼ ରେ ବିସକ୍ରିୟା ଲାଗି ରହିଛି. ବାପା, ମାଆ ଙ୍କ ର ଏଇ ଗୋଟିଏ ପୁଅ ର ଉପଯୁକ୍ତ ଚିକିତ୍ସା ସହାୟତା ସହ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ବିଭିନ୍ନ ମହଲ ରେ ଦୃଢ ଦାବି ହେଉଛି.


ଏ ଦିଗରେ ସରକାର କଣ ପଦକ୍ଷେପ ନେବେ ଓ କିଭଳି ଉପଯୁକ୍ତ ଚିକିତ୍ସା ସେବା ପାଇ ପାରିବ ଦେଖିବାକୁ ସମସ୍ତ ଙ୍କ ନଜର ରହିଛି।

ବଲାଙ୍ଗୀର ରୁ ସନ୍ତୋଷ ନାୟକ ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ।

Leave a Reply

Your email address will not be published. Required fields are marked *