ମୟୁରଭଞ୍ଜ ର ବେତନଟୀ ଠାରେ ଜିଲ୍ଲା ସ୍ତରୀୟ ଭୋଏସ ଅଫ ମିଡ଼ିଆର ବୈଠକ ଅନୁଷ୍ଠିତ।

ମୟୁରଭଞ୍ଜ ; ତା-୨୦/୦୬  ( ବିଏମସି ଟିଭି ଓଡ଼ିଆ)


ଭୋଏସ ଅଫ ମିଡ଼ିଆ ଓଡିଶା, ସାମ୍ବାଦିକ ସଙ୍ଘ ଶାଖାର ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ବୈଠକ ବୁଧବାର ବେତନଟୀ ଧର୍ମଶାଳଠାରେ ଅନୁଷ୍ଠିତ ହୋଇଯାଇଛି। ସଭାକାର୍ଯ୍ୟ ଆରମ୍ଭରେ ଅହମ୍ମଦାବାଦର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଯାତ୍ରୀ ମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକକୁ ଭୋଏସ ଅଫ ମିଡ଼ିଆ ମୟୂରଭଞ୍ଜ ଶାଖାର ସଭାପତି ସାମ୍ବାଦିକ ରାଜେଶ କୁମାର ଖଣ୍ଡେଲୱାଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବ ଭଏସ ଅଫ ମିଡ଼ିଆ ରାଜ୍ୟ ଶାଖା ସଭାପତି ପ୍ରଭାତ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଉପସଭାପତି ସଞ୍ଜୀବ କୁମାର ସାଏ, ଉପସଭାପତି ଟି ବାଲାଜୀ ପାତ୍ର, କୋଷାଧକ୍ଷ ସରୋଜ କୁମାର ମୁଦୁଲି ମଞ୍ଚାସିନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ବୈଠକରେ ଜିଲ୍ଲା ଅଧୀନରେ ବେତନଟୀ, ବଡ଼ସାହି, ମୋରଡା ଅଞ୍ଚଳ ରୁ କୋଡିଏରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଭାତ ମିଶ୍ର ସଭାରେ ସାମ୍ବାଦିକ ମାନଙ୍କର ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କୁ ଖବର ଲେଖାକୁ ନେଇ ବିରୋଧ ଓ ଆକ୍ରମଣ ହେଉଥିବାରୁ ଓଡିଶାରେ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ଉଚିତ ବୋଲି ବକ୍ତବ୍ୟ ଦେଇଥିଲେ। ଏଥିସହ ଭୋଏସ ଅଫ ମିଡ଼ିଆ ଶାଖା ପକ୍ଷରୁ ପ୍ରତ୍ୟେକ ସାମ୍ବାଦିକ ମାନଙ୍କ ଲାଗି ଦଶଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ପାଇବା ସହିତ ଦୁସ୍ଥ ସାମ୍ବାଦିମାନଙ୍କୁ ବାସଗୃହ ତିଆରି ପାଇଁ ସାହାଯ୍ୟ ଯୋଗାଇବା ଉପରେ ଆଲୋକପାତ କରିଥିଲେ।

ଆଗାମୀ ଦିନରେ ଜିଲ୍ଲା ସଂଗଠନକୁ କେମିତି ସୁଦୃଢ କରିବା ପାଇଁ ପ୍ରତି ବ୍ଲକରେ ଭଏସ ଅଫ ମିଡ଼ିଆର ବ୍ଲକ ସଂଘ ଗଠନ ପାଇଁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ ତଥା ଧରଣୀଧର ମହାନ୍ତି, ଭବାନୀ ଶଙ୍କର ପରିଡା, ସତୀଶ କୁମାର ସାହୁ, ଉଦିତ କୁମାର ପରିଡା, ହରିଶ ଚନ୍ଦ୍ର ସାମଲ, ଚିନ୍ମୟ କୁମାର ମିଶ୍ର, ନିରଞ୍ଜନ ମହାନ୍ତ, ଲାଲମୋହନ ନାଏକ, ଦୀପକ ମହାନ୍ତ, ଅଜିତ ମହାରଣା, ମନୋଜ କୁମାର ମହାନ୍ତ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ରହିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା  ।

Leave a Reply

Your email address will not be published. Required fields are marked *