ଦଶପଲ୍ଲା ରେ ପୂର୍ତ୍ତବିଭାଗ ର ମନମୁଖୀ କାର୍ଯ୍ୟ ।




ଦଶପଲ୍ଲା :-୨୦/୦୬/୨୫ (ବିଏମସି ଟିଭି ଓଡ଼ିଆ)

ଆଗକୁ ପାର୍ବଣ ଋତୁ ଆସିବା ସହିତ ପାର୍ବଣ ପାଳନ ନିମନ୍ତେ ଅଧିକ ଗହଳି ଚହଳି ହେବାକୁ ଥିବା ବେଳେ ଦଶପଲ୍ଲା -ଗଣିଆ ରାସ୍ତା ର ଘୋଳାହାଣ୍ଡି, ମଧ୍ୟଖଣ୍ଡ  ଆଦି ସ୍ଥାନରେ ଥିବା ଖାଲ ଖମାରେ ପଡ଼ିରହିଛି ।ତେବେ ଦଶପଲ୍ଲା ତଥା ଗଣିଆ ପୂର୍ତ୍ତ ବିଭାଗ କୁ କଣ ଏ କଥା ଅଛପା ଅଛି ନା ମନମୁଖୀ କାର୍ଯ୍ୟକଳାପ କରିବାକୁ ବିଭାଗ କୁ ଭଲ ଲାଗୁଚି। ଏଠି ପ୍ରଶ୍ନ ଉଠୁଛି ଯେ  ଦଶପଲ୍ଲାରୁ ଗଣିଆ ରାସ୍ତାରେ ଦିନକୁ ଦିନ ପରିବହନ ଅଧିକ ହେଉଛି। ଅନେକ ଭାରୀ ଯାନ ଯିବା ଆସିବା କରୁଛି। ମାତ୍ର ଏହି ସ୍ଥାନ ଗୁଡିକ ରେ ଅବସ୍ଥିତ ମୁଖ୍ୟ ରାସ୍ତା ଟି ଯିଏ ଦେଖିବ ସିଏ କହିବ ଯେ ଅନଭିଜ୍ଞ ଇଞ୍ଜିନିଅର ବୋଧେ ରାସ୍ତା କାମ ବା ମରାମତି କାମ କରୁଛନ୍ତି।ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶନ ପରେ ମଧ୍ୟ ଅଫିସର ଚେତୁ ନାହାନ୍ତି।ବିଗତ ସରକାର ରେ ଅଫିସର ଙ୍କ ମନମାନୀ ଚାଲିଥିଲା ତାହା ଆଜି ମଧ୍ୟ ବଳବତର ବୋଧେ ରହିଛି। ତେବେ ବର୍ତମାନ ନୂତନ ସରକାର ଲୋକଙ୍କ ସରକାର ତଥା ମୋହନ ସରକାର ଆଜି ଓଡିଶା ରେ ଶାସନ ଚାଲିଛି। ମାତ୍ର ଅଫିସର ଙ୍କ ଗାଲୁଆମୀ ଥମିବା ନାଁ ଧରୁନାହିଁ। ଏଥିପ୍ରତି ନୂତନ ସରକାର ଙ୍କ ଦୃଷ୍ଟି ପଡ଼ୁ ବୋଲି ସାଧାରଣ ରେ ଆଲୋଚନା ହେଉଛି। ତେବେ ରାସ୍ତା ମରାମତି କାର୍ଯ୍ୟ ଟି କେତେ ଶୀଘ୍ର କରାଯାଉଛି ତାହା ଜାଣିବାକୁ ବାକି ରହିଲା।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *