ଦଶପଲ୍ଲା :-୨୦/୦୬/୨୫ (ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା ତହସିଲଦାର ଙ୍କ ବଦଳି କୁ ନେଇ ସାଧାରଣ ଜନତା,ଅନେକ ସଚେତନ ନାଗରିକ ଓ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ମାନେ ଘୋର ବିରୋଧ କରିଛନ୍ତି। ବିଗତ ଦିନରେ ଦଶପଲ୍ଲା କୁ ଅନେକ ତହସିଲଦାର ଆସିଛନ୍ତି ଓ ନିଜ ନିଜ କାର୍ଯ୍ୟ ଦକ୍ଷତା ର ଛାପ ଛାଡି ଯାଇଛନ୍ତି। ତେବେ ବର୍ତମାନ ର ତହସିଲଦାର ଭାବେ ଅବସ୍ଥାପିତ ସ୍ମୃତିରଞ୍ଜନ ଶତପଥୀ ଙ୍କ କଥା ଅଲଗା। ତାଙ୍କର କାର୍ଯ୍ୟକଳାପ ସମସ୍ତ ଙ୍କ ପକ୍ଷେ ସନ୍ତୋଷ ଜନକ କାର୍ଯ୍ୟ ହୋଇଥିବାରୁ ସାଧାରଣ ଜନତା ଓ ଅନ୍ୟ ସଚେତନ ନାଗରିକ ତଥା ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ମାନେ ଏଭଳି ଜନହିତକାରୀ ପ୍ରଶାସନିକ ଅଧିକାରୀ ତହସିଲଦାର ଙ୍କ ଅନ୍ୟତ୍ର ବଦଳି କୁ ସହଜରେ ହଜମ କରିପାରୁନାହାନ୍ତି। ଅଳ୍ପ ଦିନ କାର୍ଯ୍ୟ ରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କର କାର୍ଯ୍ୟଦକ୍ଷତା, ସାଧାରଣ ଜନତା ପ୍ରତି ସଦବ୍ୟବହାର ସାଧାରଣ ଜନ ମାନସର ହୃଦୟ ର ଗଭୀରତା ଛୁଇଁଛି। ଏଣୁ ଏ ପ୍ରକାର କାର୍ଯ୍ୟଦକ୍ଷ ସମ୍ପର୍ଣ୍ଣ ତହସିଲଦାର ଙ୍କ ବଦଳି କୁ ବିରୋଧ କରିବା ସହିତ ଲିଖିତ ଅଭିଯୋଗ ପତ୍ର ନୟାଗଡ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି। ଦେଖାଯାଉ ଏ ଅଭିଯୋଗ କୁ ଜିଲ୍ଲାପାଳ କି ପଦକ୍ଷେପ ନେଉଛନ୍ତି ନାଁ ବଦଳି ନିର୍ଦେଶ କାଏମ ରହୁଛି ତାହା ଦେଖିବାକୁ ବାକି ରହିଲା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।