ସମ୍ବଲପୁର:ତା.୧୯/୦୬(ବିଏମସିଟିଭି ଓଡିଆ)
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।
ନିଶା ମୁକ୍ତ ଜୀବନ ପାଇଁ ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଚାଲିଛି ବ୍ୟାପକ ସଚେତନତା। ‘ଆମ ସଂକଳ୍ପ ନିଶା ନୁହେଁ, ଜୀବନ’ ସ୍ଲୋଗାନ ନେଇ ବିଭିନ୍ନ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ପରିସରରେ ବିଭାଗ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଅଶୋକ ଦାଶ ଓ ଜିଲ୍ଲା ଅବକାରୀ ଅଧିକାରୀ ଅଶୋକ ସେଠ୍ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ନିଶାଠାରୁ ନିଜକୁ ଦୂରେଇ ରଖିଲେ ସମାଜକୁ ସରସ ସୁନ୍ଦର କରି ଗଢିପାରିବା ବୋଲି ଶିବିରରେ ମତପ୍ରକାଶ ପାଇଥିଲା। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।
ସମ୍ବଲପୁର ରୁ କୈଳାସ ଗୁରୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।