ନୟାଗଡ଼ ; ତା-୨୦/୧୨(ବିଏମସି ଟିଭି ଓଡ଼ିଆ)
ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇ ପୁର ପାଟଣା ରାଜପଟଣା ମିନି ଷ୍ଟାଡିଅମ ଠାରେ ପଞ୍ଚାୟତ ମହୋତ୍ସବ ଓ ପଲିଶ୍ରୀ ମେଳା ର ତୃତୀୟ ସନ୍ଧ୍ୟା। ପ୍ରବଳ ଜନ ସମାଗମ ହୋଇଥିବା ବେଳେ ସନ୍ଧ୍ୟା ର ଅତିଥି ଭାବେ ଭାପୁର ବ୍ଲକ ଉପାଧକ୍ଷ ବେଣୁଧର ପ୍ରଧାନ, ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଉପାଧକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ, ଜିଲାପରିଷଦ ବିରଜା ଲକ୍ଷ୍ମୀ ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର ସାହୁ ଙ୍କ ସହ ସ୍ଥାନୀୟ ସରପଞ୍ଚ ସଦାଶିବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ କୁ ସାମ୍ବାଦିକ ପ୍ରଦୀପ୍ତ ରଥ ମଞ୍ଚ ପରିଚାଳନା କରିଥିଲେ।ନୟାଗଡ଼ ପଞ୍ଚାୟତ ସମିତି ଓ ଓରମାସ ସହାୟତା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏହି ଅବସର ରେ ବିଭିର୍ନ ପ୍ରଦର୍ଶନୀ, ପଲିଶ୍ରୀ ମେଳା ସହିତ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ମେଲୋଡି ସଂଗୀତ ଭାଇବ୍ରେସନ ଆୟୋଜନ କରାଯାଇଥିଲା ।ସିଙ୍ଗର ସତ୍ୟ ଜିତ ଦର୍ଶକ ମାନଙ୍କମନ ନେଇ ଥିବା ବେଳେ ବିଭିର୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ହଜାର ହଜାର ଦର୍ଶକ ମିନି ଷ୍ଟାଡିଅମଓ ବିଭିର୍ନ ଷ୍ଟଲ ମାନଙ୍କ ରେ ଗହଳି ଦେଖିବାକୁ ମିଳିଛି।
ଏହିଅବସର ରେ ଅତିଥି ମାନେ ତାଙ୍କ ଅଭିଭାଷଣ ରେ ପଞ୍ଚାୟତ ସ୍ତର ରେ ଏଭଳି ଆୟୋଜନ କୌଣସି ସ୍ଥାନ ରେ ଦେଖିବାକୁ ମିଳିନାହିଁ ବୋଲି ପ୍ରକାଶ କରିଥିଲେ। ଆୟୋଜକ ମାନଙ୍କୁ ପ୍ରଶଂସା କରିଥିବା ବେଳେ ଏହି ମହୋତ୍ସବ ଦ୍ୱାରା ସମସ୍ତ ବର୍ଗ ର ଲୋକ ମାନେ ଉପକୃତ ହୋଇପାରିବେ।ମହିଳା ମା ମାନଙ୍କ ର ଏସଏଚ ଜି ମାଧ୍ୟମ ରେ ଯେଉଁ ବିକ୍ରି ବଟା କରୁଛନ୍ତି ଏଥିରେ ସେମାନେ ସ୍ୱାବଲମ୍ବୀ ହୋଇପାରିବେ।ଏଥି ସହିତ ବିଭିର୍ନ ସ୍ଥାନ ରୁ ଆସିଥିବା ବେପାରୀ ମାନେ ମହୋତ୍ସବ ମାଧ୍ୟମ ରେଲାଭବାନ ହୋଇପାରିବେ ବୋଲି ପ୍ରକାଶ କରିଥିଲେ।ଏହି ଅବସର ରେ ବିଭିର୍ନ କାର୍ଯ୍ୟ ପାଇଁ ସମାଜ ସେବି, ଅବସର ପ୍ରାପ୍ତ କର୍ମଚାରୀ ଓ ସାମ୍ବାଦିକ ବନ୍ଧୁ ଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା।
ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।