ନୟାଗଡ଼ ;ତା-୨୧/୦୬(ବିଏମସି ଟିଭି ଓଡ଼ିଆ)
ଗଣିଆ ବ୍ଲକ ରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଫରେଷ୍ଟ ଡିଭିଜନ୍, ସ୍କୁଲ, କଲେଜ, ଓ ସ୍ଥାନୀୟ ସଂସ୍ଥାଗତ ସ୍ତରରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୟସର ଲୋକ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଧିକାରୀ ଓ ଗଣମାଧ୍ୟମ ଉପସ୍ଥିତ ରହି ସକାଳେ ସାଧାରଣ ଯୋଗ କ୍ରିୟା, ପ୍ରାଣାୟାମ ଓ ଧ୍ୟାନ କରି ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ସଂପୂର୍ଣ୍ଣ ଉତ୍ସାହରେ ଅଂଶଗ୍ରହଣ କରିଥିଲେ। ଫରେଷ୍ଟ ବିଭାଗ ପକ୍ଷରୁ ଏସିଏଫ ସୁମନ ମାଝୀ ଆଡକଟା ଓ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ଛାମୁଣ୍ଡିଆ ଠାରେ ଯୋଗାଭ୍ୟାସ କରି ପ୍ରକୃତି ଓ ସ୍ୱାସ୍ଥ୍ୟର ସମ୍ପର୍କ ଉପରେ ବିଶେଷ ଆଲୋଚନା କରାଇଥିଲେ । ଯୋଗ ଶିକ୍ଷକମାନେ ଯୋଗର ଉପକାରିତା ବିଷୟରେ ଅବଗତ କରାଇଥିଲେ।ଏହି ଦିନଟି ଗଣିଆ ବ୍ଲକରେ ସ୍ୱାସ୍ଥ୍ୟ, ସାଧନା ଓ ସାମୁଦାୟିକ ସଂଯୋଗ ର ଏକ ଉତ୍ସବ ଭାବେ ପାଳିତ ହେଲା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।