ବେଲଗୁଣ୍ଠା ;ତା-୨୧/୦୬(ବିଏମସି ଟିଭି ଓଡ଼ିଆ)
ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବେଲଗୁଣ୍ଠା ସମେତ ବ୍ଳକ୍ ର ସମସ୍ତ ଶିକ୍ଷା ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ଇଣ୍ଡୋର୍ ଷ୍ଟାଡିୟମ୍ ରେ ଅନୁଷ୍ଠିତ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ସ୍ୱାସ୍ଥ୍ୟ ପାଇଁ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ତହସିଳଦାର କଳାକୃଷ୍ଣ ପ୍ରଧାନ,ଅତିରିକ୍ତ ତହସିଲଦାର ଫକୀର ଜୀବନଜ୍ୟୋତି ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, କାର୍ଯ୍ୟ ନିର୍ବାହି ଅଧିକାରୀ ବନମାଳୀ ଶତପଥି, ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ବ୍ଳକ୍ ଅଧ୍ୟକ୍ଷା ମମତା ଭୋଳ,ଯୋଗାଣ ନିରିକ୍ଷକ ସମ୍ବିତ୍ ପ୍ରସାଦ ଦାସ୍,ସହକାରୀ ନିର୍ବାହି ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠି, ସିଡ଼ିପିଓ ନଳିନୀ ମହାରଣା, ଜିପିଡିଓ ରଶ୍ମିତା ବାର୍ଲ୍ଲା, ସମିତିସଭ୍ୟ ବିଭୂପାଦ ଜେନା,ଆୟୂଷ ଡ଼ାକ୍ତର ଜଗନ୍ନାଥ ପତି, ଆଶିଷ ମହାପାତ୍ରଙ୍କ ସମେତ ବହୁ କାଉନସିଲର୍, ଆଇସିଡିଏସ୍ ଅଞ୍ଚଳ ପରିଦର୍ଶିକା,ଅଙ୍ଗନୱାଡି କର୍ମୀ, ସହାୟିକା ଉପସ୍ଥିତ ରହି ଯୋଗାଭ୍ୟାସ କରାଇଥିଲେ ।ମାଷ୍ଟର୍ ଟ୍ରେନର୍ କଳ୍ପନା ସେଠୀ, ଶିବରାମ ସ୍ଵାଇଁ ଯୋଗ ଶିକ୍ଷା ଦେଇଥିଲେ । ସେହିପରି ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । କ୍ରୀଡା ଶିକ୍ଷକ ଆଶୁତୋଷ ସ୍ଵାଇଁଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ଯୋଗାଭ୍ୟାସ କରିଥିଲେ । ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଏନସିସି ଅଧିକାରୀ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ନେତୃତ୍ୱରେ କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ସାହୁ ଏବଂ ଦଶ ଜଣ ସହାୟକଙ୍କ ସହଯୋଗରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଯୋଗାଭ୍ୟାସ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।