ବିଜେପି ସରକାର ଙ୍କ ଏକ ବର୍ଷ ପୂର୍ତ୍ତି।

ବଲାଙ୍ଗୀର ;ତା-୨୧/୦୬(ବିଏମସି ଟିଭି ଓଡ଼ିଆ)

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତତଲାଗଡ଼ ରୂପେ ଚିର ପରିଚିତ ଟିଟିଲାଗଡ଼ ରେ ଜଳ ସଙ୍କଟ ର ନଗ୍ନ ଚିତ୍ର, ଆମ ନଜର କୁ ଆସିଛି।
ଏକ ବର୍ଷ ବିଜେପି ସରକାର ଙ୍କ ପୂର୍ତ୍ତି ନେଇ ଉତ୍ସବ ଆୟୋଜନ ସହ ବଡ, ବଡ଼ ଭାଷଣ ବାଜି ରେ କଥା କହି ଲୋକଙ୍କୁ ଭୁଆଁ ବୁଲାଯାଉଛି। ସରକାରୀ ଅଧିକାରୀ କର୍ମଚାରୀ ଙ୍କୁ ପାଣି ପାଇଁ ସରକାରୀ ନଂ ରେ ଫୋନ କଲେ ଫୋନ କୁ ବ୍ୟସ୍ତ ମୋଡ଼ କରିଦିଆଯାଉଛି. ସବୁ ଶ୍ରେଣୀ ର କର୍ମଚାରୀ ଠୁ ନେଇ ଯିଏ ଏଇ ଅଭିଯୋଗ କଲେ ମୋଟା ଅଙ୍କ ର ଅର୍ଥ ଦେଇ ମୁହଁ ବନ୍ଦ କରିଦିଆଯିବା ସାର୍ବଜନ ବିଦିତ। ସେହିପରି କୋଟି, କୋଟି ଟଙ୍କା ର ଯୋଜନା କିଭଳି ରୂପାୟନ ହେଉଛି ଏଭଲି ଏକ ବିକଳ ଦୃଶ୍ୟ ଦେଖିବାକୁ ମିଲିଛି। ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ମୁଖ୍ୟ କାର୍ଯ୍ୟାଳୟ ପରିସର ରେ ଥିବା ଏକ ମାଠିଆ ଦେଖିବା କୁ ମିଳିଥିବା ବେଳେ ସେଥିରେ ପାଣି ନ ଥିଲା।ଦୂର, ଦୁରାନ୍ତ ରୁ ସାଧାରଣ ହାରି, ଗୁହାରି କରିବା କୁ ଆସୁଥିବା ବେଳେ ପିଇବାକୁ ପାଣି ଟୋପାଏ ନ ମିଳିବା ନେଇ ହନ୍ତସନ୍ତ ହେଉଛନ୍ତି। ପଞ୍ଚାୟତ ରାଜ ମନ୍ତ୍ରୀ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା କୁ ବିଭିନ୍ନ ମହଲ ରେ ଦୃଢ଼ ଦାବି ହେଉଛି ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *