ଗଜପତି ;ତା-୨୧/୦୬(ବିଏମସି ଟିଭି ଓଡ଼ିଆ)
ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଇଆସୁଥିବା ବେଳେ, ଗତକାଲି ରା.ଉଦୟଗିରି ପୋଲିସକୁ ମିଳିଛି ବଡ ସଫଳତା ।ଗତକାଲି ରା.ଉଦୟଗିରି ଥାନା S I ଏସ ହେମ୍ବ୍ରମ ଙ୍କ ତତ୍ବାବଧାନରେ ପୋଲିସ ସହକର୍ମୀ ଏସ ଏନ ନାୟକ ,ଏସ ମହାରଣା, ଏସ ଗମାଙ୍ଗ ଓ କେ ଏମ ନାୟକଙ୍କ ସହଯୋଗରେ ବସ୍ତ୍ରୀଗୁଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ଏକ ବଜାଜ ଅଟୋ ଗାଡି ନଂ AP 30 TA 0494 ରେ ଗଞ୍ଜେଇ ଯାଉଥିବା ଦେଖି ଗାଡି ସହ ୧୨୩ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରିଛି ପୋଲିସ । ଗିରଫ ତିନିଜଣ ହେଲେ ବିଜୟ ଲିମା(୩୧),ହିଜକିୟ ସିଂ(୨୬) ଓ ଫିଲିପ ସିଂ( ୩୨) ସେହି ରା ଉଦୟଗିରି ଥାନା ଅନ୍ତର୍ଗତ ତାବରଡା ଗ୍ରାମର ବୋଲି ଜଣା ପଡିଛି। ଏନ ଡି ପି ଏସ ଅଧିନିୟମ ଅନୁସାରେ କେସ ନମ୍ବର ୬୮/୨୫ ରେ ମାମଲା ରୁଜ୍ଜୁ କରି ସମ୍ପୃକ୍ତ ତିନିଜଣକୁ କୋର୍ଟ ଚାଲାଣ କରାଯାଇଥିବା ଆର, ଉଦୟଗିରି ଏସଡ଼ିପିଓ ଶ୍ରୀ ଅମିତାଭ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଗଜପତି ରୁ ମନୋଜ କୁମାର ପାଢ଼ୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।