ସମାଜ ସେବା ପାଇଁ ସମ୍ବାଦ ସେବା

ବଲାଙ୍ଗୀର/ଟିଟିଲାଗଡ଼,ତା23-06(ବିଏମସି ଟିଭି ଓଡ଼ିଆ)

ସାମ୍ପ୍ରତିକ ସମାଜ ରେ ସାମ୍ବାଦିକତା କୁ ନେଇ ସାମ୍ବାଦିକ ଙ୍କ ବନ୍ଧୁ ମିଳନ ସହ ଆଲୋଚନାଚକ୍ର ଅନୁଷ୍ଠିତ  ।  ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସବଡ଼ିଭିଜନ ର PWD ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ବନ୍ଧୁ ମିଳନ ସହ ସାମ୍ବାଦିକତା କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।ବଲାଙ୍ଗୀର ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ସଭାପତି ସତ୍ୟଜିତ ଷଡ଼ଙ୍ଗୀ ଙ୍କ ଆବାହକତ୍ୱ ରେ  ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରି ସାମ୍ବାଦିକ ମାନଙ୍କୁ ନିରପକ୍ଷ ତଥା ନିର୍ମଳ. ସ୍ୱଚ୍ଛ ହୋଇ ସାହସୀ କତା ସହିତ ସମ୍ବାଦ ପରିବେଷଣ କରିବା ଉଚିତ ବୋଲି ମତ ପ୍ରକାଶ କରିବା ସହ ଉତ୍ସାହିତ କରିଥିଲେ।ଏଥିରେ ସମ୍ମାନିତ ଅତିଥି ଭାବରେ ଶ୍ରୀ ବାବୁଲା ଖୀଲୋ ଚିଫ ଏଡିଟର. ଫାଷ୍ଟ ନିୟୁଜ ଓଡିଶା, ଶ୍ରୀ ରଂଜିତ ଖର ଏଡିଟର ଫାଷ୍ଟ ନିୟୁଜ ଓଡିଶା,ଈଶ୍ୱର ଖୋଶଳା,ଶ୍ରୀ ମତୀ ସଂଘମିତ୍ରା ପୁଟେଲ ସମାଜସେବି ବରଗଡ଼,ବିଶିଷ୍ଠ ସ୍ବେଛାସେବୀ ତଥା ସାମ୍ବାଦିକ ସନ୍ତୋଷ କୁମାର ନାୟକ, କୁମାରୀ ହିମାଦ୍ରୀ ମେହେର ସାମ୍ବାଦିକା, ଶ୍ରୀ ସନ୍ତୋଷ କୁମାର  ପଟ୍ଟନାଏକ. ସାମ୍ବାଦିକ, ଶ୍ରୀ ପ୍ରଦୀପ କୁମାର ସାହୁ  ସାମ୍ବାଦିକ, ଶ୍ରୀ ବଜରଙ୍ଗ ଲାଲ ଅଗ୍ରବାଳ ସାମ୍ବାଦିକ, ଏବଂ ଶ୍ରୀ କୃଷ୍ଣ ଚନ୍ଦ୍ର ମାଝୀ ପ୍ରମୁଖ ମଞ୍ଚଆସୀନ ଅତିଥି ରୂପେ ଯୋଗ ଦେଇ ନିଜ, ନିଜ ମତ ପ୍ରକାଶ ସହ ସାମ୍ବାଦିକ ର ସାମ୍ବାଦିକତା ଉପରେ ନିଜ ନିଜ ର ଅଭିଜ୍ଞତା ଓ ଅନୁଭୂତି କୁ ପ୍ରକାଶ କରି ଥିଲେ।ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ଆସିଥିବା ଏହି ରାଜ୍ୟ ସ୍ତରୀୟ ସାମ୍ବାଦିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ସାମ୍ବାଦିକ ତଥା ଜିଲ୍ଲା ସଚେତନ ନାଗରିକ କମିଟି ସମ୍ପାଦକ ବାଳକୃଷ୍ଣ ମିଶ୍ର ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଫାଷ୍ଟ ନିୟୁଜ ଓଡିଶା ତରଫ ରୁ ନିଜ ସାମ୍ବାଦିକ ମାନଙ୍କୁ ମାନ ପତ୍ର ସହିତ ବ୍ୟକ୍ତି ଗତ ପ୍ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ସେହିପରି ବିଶିଷ୍ଟ କଣ୍ଠଶିଳ୍ପୀ ଲିଙ୍ଗରାଜ ଦୀପ କାର୍ଯ୍ୟକ୍ରମ ଶେଷରେ ଭକ୍ତି ସଙ୍ଗୀତ ଗାନ କରିଥିଲେ।ଏହି ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ବେଶ ଆକର୍ଷଣୀୟ ହୋଇ ଥିଲା।ଶ୍ରୀ ଦୀପ ଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା ।



ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *