କୂଅରେ ଗଳି ପଡ଼ିଲା ହାତୀ।

ମୟୂରଭଞ୍ଜ ;ତା-୨୪/୦୬(ବିଏମସି ଟିଭି ଓଡ଼ିଆ)

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକ ଝାଟିଅଡା ପଞ୍ଚାୟତର ହରିଣାଶୋଳ ଗ୍ରାମର ଟିଆଖାଳି ଠାରେ ୧୪ ଟିକିଆ ହାତୀ ପଲ ଥିବା ବେଳେ ଗତକାଲି ରାତିରେ ଜଣଙ୍କ ଘର ପଛପଟେ ଥିବା ଏକ କୂଅରେ ଗଳି ପଡ଼ିଥିଲା । ତେବେ ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଏକ କୂଅରେ ପଡ଼ି ଚିତ୍କାର କରି ରଡି ଛାଡିବାରୁ ଗାଁ ପାଖ ଲୋକେ ଆସି ଦେଖିଲା ବେଳକୁ କୂଅ ଚାରି ପାଖରେ ହାତୀପଲ ଘେରି ରହିଛନ୍ତି । ଲୋକେ ସଙ୍ଗେ ସଙ୍ଗେ ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଏକ ଜେସିବି ଡ଼କାଇଥିଲେ । ତେବେ ହାତୀପଲ କୂଅକୁ ଘେରିଯାଇ ସାଥିକୁ ଉଦ୍ଧାର ପାଇଁ ତାଙ୍କ ସ୍ତରରେ ଚେଷ୍ଟା କରି ବିଫଳ ହୋଇଥିଲେ ମଧ୍ୟ କୂଅକୁ ଛାଡ଼ି ଯିବାର ନା ଧରୁନଥିବା ବେଳେ ବନବିଭାଗ ପକ୍ଷରୁ ଲାଇଟ୍ ମାରିବାର ବହୁ ସମୟ ପରେ ହାତୀପଲ ଦୂରକୁ ଯାଇଥିଲେ । ପରେ ଜେସିବି ସାହାଯ୍ୟରେ କୂଅର ଗୋଟିଏ ପାଖକୁ ତାଡି ବାଟ କରିବା ପରେ ୮ ବର୍ଷର ହାତୀ କୂଅରୁ ବାହାରି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ସୂଚନା ଦେଇଛନ୍ତି ରେଞ୍ଜର ଘନଶ୍ୟାମ ସିଂ ।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *