ମୟୂରଭଞ୍ଜ ;ତା-୨୩/୦୬(ବିଏମସି ଟିଭି ଓଡ଼ିଆ)
ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଳିକାଣ୍ଡରେ ଜଣେ ଗୁରୁତର। ଲୁଟ ଉଦ୍ୟମ କରି ବିଫଳ ହେବାପରେ ୫ ରାଉଣ୍ଡ ଗୁଳି ଫୁଟାଇ ଘଟଣାସ୍ଥଳରୁ ଦୁଇ ଦୁର୍ବୃତ୍ତ ଫେରାର। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତର ଯୁବକ ଜଣକ କୁଳିଅଣା ଥାନା ଅଞ୍ଚଳର କାମତା ଗ୍ରାମର ଶିବାନନ୍ଦ ବାରିକ ବୋଲି ଜଣାପଡିଛି । ତେବେ ଶିବାନନ୍ଦ ସ୍ଥାନୀୟ ଏକ ମଦ ଦୋକାନରେ କାମ କରୁଥିବା ବେଳେ କ୍ୟାସ ନେଇ ବାରିପଦା ସ୍ଥିତ ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ସମୟରେ ଦୁର୍ବୃତ୍ତ ମାନେ ପିଛା କରି ଟଙ୍କା ଲୁଟ ପାଇଁ ଉଦ୍ୟମ କରିବା ସମୟରେ ଘଟିଛି ଅଘଟଣ । ତେବେ ବର୍ତ୍ତମାନ ପୀଡ଼ିତ ଯୁବକ ଚିକିତ୍ସାଧିନ ଥିବା ଜଣାପଡିଛି ।
ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।