ବେଆଇନ ମାଙ୍କଡା ପଥର ବୁଝେଇ ଟ୍ରାକ୍ଟର କୁ ଜବଦ କଲା ଖଣି ବିଭାଗ।

ଖଇରା ;ତା-୨୩/୦୬(ବିଏମସି ଟିଭି ଓଡ଼ିଆ)

ବେଆଇନ ମାଙ୍କଡା ପଥର ବୁଝେଇ ଟ୍ରାକ୍ଟର କୁ ଜବଦ କଲା ଖଣି ବିଭାଗ । ଖଇରା ବ୍ଲକ କୁପାରି ପଂଚାୟତ ର ବିଭିନ୍ନ ସ୍ଥାନ ରେ ବେଆଇନ ମାଙ୍କଡା ଖନନ ହେଉଥିବା ନେଇ ଅଂଚଳ ବାସି ବାରମ୍ବାର ଅଭିଯୋଗ କରି ଆସୁଥିଲେ ।

ଆଜି ଏକ ବେଆଇନ ମାଙ୍କଡା ପଥର ନେଇ ଏକ ଟ୍ରାକ୍ଟର ଆସୁଥିବା ର ଖବର ପାଇ ବରପଦା ଛକ ନିକଟରେ ଖଣି ବିଭାଗ ଜେଏମ ଅଭିଷେକ ବେହେରା ଟ୍ରାକ୍ଟର କୁ ଅଟକାଇ କାଗଜପତ୍ର ଜାଞ୍ଚ ପରେ ବେଆଇନ ହୋଇଥିବା ବେଳେ ଟ୍ରାକ୍ଟର କୁ ଆଜି ରବିବାର ଅପରାହ୍ନ ୩ ଘଟିକା ସମୟରେ ଜବଦ ରଖି ତହସିଲ ଜିମା ଦେଇଥିଲେ ।

ଖଇରା ରୁ ଛାୟାକାନ୍ତ ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *