ବଲାଙ୍ଗୀର:- ୨୬/୦୬/୨୫ (ବିଏମସି ଟିଭି ଓଡ଼ିଆ)
ବିଭିନ୍ନ ପଦ, ପଦବୀ ଖାଲି ସହ ଆବଶ୍ୟକ ଅନୁଯାୟୀ ନା ନା ପ୍ରକାର ଚିକିତ୍ସା ସେବା ଯୋଗାଇବା ରେ ସରକାର ବିଫଳ ହୋଇ ଛନ୍ତି !
ଗରିବ ସାଧାରଣ ଲୋକେ କ୍ଵାକ ବା ନକଲିଡାକ୍ତର ଙ୍କ ଉପରେ ନିର୍ଭର କରି ଅକାଳ ମୃତ୍ୟୁ ର ଶିକାର
ହେବା ଦେଖା ଯାଉଛି !
ସଠିକ ଚିକିତ୍ସା ସେବା ନ ପାଇବା ବିଶେଷ କରି ଘରୋଇ କ୍ଲିନିକ, ଡାକ୍ତରଖାନା, ନର୍ସିଂ ହୋମ ଗୁଡିକ ରେ ସରକାର ଙ୍କ ସ୍ୱାସ୍ଥ୍ୟ ଯୋଜନା କାର୍ଡ କାମ ନ ଦେବା ପ୍ରକାଶ କରୁଥିବା,ଯେଉଁ କିଛି କାର୍ଡ ଚାଲେ ପ୍ରଥମେ ପନ୍ଦର ହଜାର ରୁ ଷାଠିଏ, ସତୁରି ହଜାର ନା ନା ପ୍ରକାର ର ପରୀକ୍ଷା କରି ରୋଗୀ ନିକଟ ରୁ ଆଦାୟ କରାଯାଇ ଆସୁଛି !
ସେହିପରି ଜିଲ୍ଲା ସ୍ତରୀୟ ଟିଟିଲାଗଡ଼ ସରକାରୀ ମୁଖ୍ୟ ଚିକିତ୍ସାଳୟ ଉପରେ ପଡୋଶୀ ଜିଲ୍ଲା ର ଲୋକେ ନିର୍ଭର କରିଥାନ୍ତି !
ପରୀତାପ ର ବିଷୟ ଏହା ଯେ, ଟିଟିଲାଗଡ଼ ରୁ ଗୁରୁତର ରୋଗୀ ସତୁରି କି, ମି ଦୂର ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମ୍ୟାଡିକାଲ କଲେଜ ହସ୍ପିଟାଲ କୁ ସ୍ଥାନାନ୍ତର ହୋଇ ଆସୁଛନ୍ତି ! ଏଠି ବରିଷ୍ଠ ଡାକ୍ତର ପଦ, ପଦବୀ ସହ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆ ଯାଉ ନ ଥିବା ରୁ ଲୋକେ ଜମି, ବାଡ଼ି ବନ୍ଧା କରି ଘରୋଇ ଚିକିତ୍ସା ସହ ନକଲି ଡାକ୍ତର ଙ୍କ ଠାରୁ ଶୋଷଣ ର ଶିକାର ହୋଇ ଆସୁଛନ୍ତି !
ପ୍ରକାଶ ଯେ, ଗତ ବୁଧବାର ବିଧାନ ସଭା ର ଏକ ସ୍ୱତନ୍ତ ଷ୍ଟାଣ୍ଡି କମିଟି ସହ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜେ ଏହି ଡାକ୍ତରଖାନା କେବଳ ଲୋକ ଦେଖାଣିଆ ଭାବେ ଗସ୍ତ ନେଇ ବିଭିନ୍ନ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି !
ଖୋଲା, ଖୋଲି ଭାବେ ମାସିକ ମୋଟା ଅଙ୍କର ଅର୍ଥ ଦେଇ ଏହି ଚିକିତ୍ସାଳୟ ମୁଖ୍ୟ ଅଧ୍ୟକ୍ଷ ଦାୟିତ୍ୱ ରେ ଥିବା
ଡଃ ପ୍ରଦୀପ ନାଏକ ନିଜ ଘରେ ବେସରକାରୀ କ୍ଲିନିକ ବିନା ପଞ୍ଜିକୃତ ନମ୍ବର ରେ କରି ବର୍ଷ, ବର୍ଷ ଧରି ଖୋଲା, ଖୋଲି ଭାବେ ଚଳାଇ ଆସୁଛନ୍ତି !
ଉକ୍ତ ବେଆଇନ କ୍ଲିନିକ ଓ ଏକ ଔଷଧ ଦୋକାନ କରି ବେଶ ଅର୍ଥ ଆଦାୟ କରି ମାଲେ, ମାଲ ହୋଇ ଆସୁଛନ୍ତି !
ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସବୁ ଜାଣି ମାସିକ ମୋଟା ଅଙ୍କର ଉତ୍କୋଚ ନେଇ ଅଭିଯୋଗ ସତ୍ୱେ ନିରବ ରହିଥିବା ଅଭିଯୋଗ ହୋଇଛି !
ଜଣେ ମୁଖ୍ୟ ଚିକିତ୍ସାଧିକାରୀ ହୋଇ ନିଜେ ସରକାରୀ ନିୟମ ଉଲ୍ଲଙ୍ଘନ ତଥା ଏହି ଡାକ୍ତରଖାନା ର ସମସ୍ୟା ଗୁଡିକ ଦିଗରେ ସ୍ଥାୟୀ ପ୍ରତିକାର ବିଭିନ୍ନ ମହଲ ରୁ ଦାବି ହେଉଛି !
ସ୍ଥାନୀୟ ବିଧାୟକ ତଥା କଣ୍ଟାବାଞ୍ଜି ବିଧାୟକ ଏହି ଗସ୍ତ ରେ ଆସି ଚାଲିଯାଇଥିଲେ ! ଚିକିତ୍ସା ସେବା ସାଧାରଣ କିଭଳି ପାଇବେ ସେ ନେଇ ଦୃଷ୍ଟି ଦେବା ବଦଳରେ କିଏ କାର୍ଯ୍ୟରତ ରହିବ କାହାର ବଦଳି ବାତିଲ କରାଯିବ ସେ ନେଇ ଗୋପନୀୟ ଆଲୋଚନା କରାଯାଇଥିଲା ! ମୋଟା ଅଙ୍କ ଦେଇ ଅନେକ କର୍ମଚାରୀ ତଥା ଡାକ୍ତର ନିଜ ବଦଳି ବାତିଲ ଓ ବଦଳି କରିବା ପାଇଁ ଲକ୍ଷ୍, ଲକ୍ଷ୍ ଟଙ୍କା ମୁଲଚାଲ ହୋଇ ଆସିଥାଏ ! ଏହି ଟଙ୍କା ଆଦାୟ କାରବାର ସହ ବ୍ୟାପକ ଅନିୟମିତତା, ଦୁର୍ନୀତି ମାନ ଜୋର ଧରି ଥିବା ବେଳେ ଏ ନେଇ ବିଭାଗୀୟ ସଚିବ ନିଜେ ତୁରନ୍ତ ଦୃଷ୍ଟି ଦେଇ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
ବଲାଙ୍ଗୀର ରୁ ସନ୍ତୋଷ ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।