ସମ୍ବଲପୁର: ତା.୨୫/୦୬(ବିଏମସି ଟିଭି ଓଡିଆ)
ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରାଜ୍ୟର ବିଜେପି ସରକାର ଏହା ରୋକିବାରେ ଅକ୍ଷମ ବୋଲି ଅଭିଯୋଗ କରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବୁଧବାର ବରପାଲିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନିକଟ ଅତୀତରେ ଗୋପାଳପୁର ଠାରେ ଜଣେ ଛାତ୍ରୀଙ୍କୁ ଗଣ ବଳାତ୍କାର ପରି ନିନ୍ଦନୀୟ ଘଟଣା ଘଟୁଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ରୋକିବାରେ ବିଫଳ ହେଉଥିବା ଅଭିଯୋଗ ନେଇ ଆଜି ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବରପାଲିରେ ମଧ୍ୟ ମହିଳା ମହାବିଦ୍ୟାଳୟ ଓ ବରପାଲି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ କଳା ବ୍ୟାଚ ପିନ୍ଧି ଏଥିରେ ସାମିଲ୍ ହୋଇଥିଲେ । ଆଜିର ଏହି ବିକ୍ଷୋଭରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ନଗରପାଳ ଦିନେଶ ଗହୀର, ସୌରଭ ସାହୁ, ଟିକାୟତ ମହତ୍ତମ୍, ବିଜନ ଦାଶ, ଜଟା ଶଙ୍କର ଗୁପ୍ତା, ରାକେଶ ପ୍ରଧାନ ପ୍ରମୁଖ ଏହି ସାମିଲ୍ ହୋଇଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।