ଆଖି ବୁଜିଲେ ‘କାଣ୍ଟା ଲଗା ଗାର୍ଲ’ ଓ ‘ବିଗ୍ ବସ୍ ଫେମ୍’ ଶେଫାଳି ଜରିୱାଲା

ମୁମ୍ବାଇ; ତା-୨୮/୦୬ ( ବିଏମସି ଟିଭି ଓଡ଼ିଆ) ଶୋକ ସମ୍ବାଦ,

ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତ୍ରୀ ତଥା ବିଗ୍ ବସ୍ ୧୩ ଫେମ୍ ଶେଫାଳି ଜରିୱାଲାଙ୍କ ୪୨ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । କୁପର ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମରଶରୀର ପଠା ଯାଇଛି ।

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ତଥା ବିଗ୍ ବସ୍ ୧୩ ଫେମ୍ ଶେଫାଳି ଜରିୱାଲାଙ୍କ ପରଲୋକ ଘଟିଛି । ଗତ କାଲି ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ସେ ମୁମ୍ବାଇରେ ରହୁଥିଲେ ।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତିରେ ଶେଫାଳି ଜରିୱାଲାଙ୍କ ହୃଦଘାତ ହୋଇଥିଲା । ତାଙ୍କ ସ୍ୱାମୀ ତଥା ଅଭିନେତା ପରାଗ ତ୍ୟାଗୀ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ, ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ ରାତି ପ୍ରାୟ ୧୨.୩୦ ବେଳେ ବ୍ୟବଚ୍ଛେଦ ପାଇଁ କୁପର ହସ୍ପିଟାଲକୁ ନିଆ ଯାଇଥିଲା ।

ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *