ବଲାଙ୍ଗୀର ;ତା-୨୦/୧୨(ବିଏମସି ଟିଭି ଓଡ଼ିଆ)
ରକ୍ତ ଦାନ ଜୀବନ ଦାନ,ରାଜ୍ୟ ରେ ରୋଗୀ ମାନଙ୍କ ପାଇଁ ବ୍ଲଡ଼ ର ଚାହିଦା ବଢ଼ୁ ଥିବା ବେଳେ ରକ୍ତ ଭଣ୍ଡାର ମାନଙ୍କ ରେ ବ୍ଲଡ଼ ର ଅଭାବ ସମସ୍ୟା କୁ ଦୃଷ୍ଟି ରେ ରଖି ରାଜ୍ୟ ର ମାରୱାଡ଼ି ଯୁବା ମଞ୍ଚ ତରଫରୁ ୧୫୦୦୦ ରୁ ଅଧିକା ବ୍ଲଡ଼ ୟୁନିଟ ବିଭିନ୍ନ ଅଞ୍ଚଳ ର ରକ୍ତ ଭଣ୍ଡାର କୁ ଯୋଗାଇ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯୁବା ମଞ୍ଚ ର ଏହି ରକ୍ତଦାନ ଜୀବନ ଦାନ ଆହ୍ଵାନ କ୍ରମେ ମଞ୍ଚ ର ପୂର୍ବତନ ସଭାପତି ରୀଙ୍କୁ ଅଗ୍ରୱାଲ ଙ୍କ ସୂଚନା ଅନୁଯାଇ ରାଜ୍ୟ ସଭାପତି ପରାଗ ଅଗ୍ରୱାଲ ଙ୍କ ଆହ୍ଵାନ କ୍ରମେ ଆଗାମୀ ୧୫ ଡିସେମ୍ବର ରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ଥିବା ଯୁବ ମଞ୍ଚ ର ୧୦୯ ଗୋଟି ଶାଖା ରୁ ୨୫୦ ଶିବିର ଆୟୋଜନ କରି ୧୫୦୦୦ ରୁ ଅଧିକା ବ୍ଲଡ଼ ୟୁନିଟ ସଂଗ୍ରହ କରିବାର ଲକ୍ଷ ରଖା ଯାଇଛି,ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ରେ ଥିବା ଯୁବା ମଞ୍ଚ ର ବିଭିନ୍ନ ଶାଖା ମାନଙ୍କ ଦ୍ଵାରା ହିଁ ୮୬୦ ୟୁନିଟ ରକ୍ତ ସଂଗ୍ରହ କରିବାର ର ରେକର୍ଡ ସୃଷ୍ଟି କରିଛି ।
ଏହି ରକ୍ତଦାନ ରେ ଟିଟିଲାଗଡ ରେ ଥିବା ଯୁବା ମଞ୍ଚ ର କର୍ମକର୍ତ୍ତା ମାନେ ଗୁରୁବାର ଦିନ ୭୬ ୟୁନିଟ ବ୍ଲଡ଼ ସଂଗ୍ରହ କରି ସ୍ଥାନୀୟ ରକ୍ତ ଭଣ୍ଡାର ରେ ଜମା କରେଇ ଛନ୍ତି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।