ବଲାଙ୍ଗୀର ;ତା-୦୩/୦୭(ବିଏମସି ଟିଭି ଓଡ଼ିଆ)
ଟିଟିଲାଗଡ଼ ପୂର୍ତ୍ତ ବୁଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଡିଲେଶ୍ଵର ମାଝୀ ଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ରେ ଗୁରୁବାର ଭୋର ସକାଳ ପାଞ୍ଚ ଟା ରୁ ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି ପୁଲସ୍ତ୍ରୀ ଛତ୍ରିଆ ଙ୍କ ନେତୃତ୍ୱ ରେ ଏକ ଦଶ ଯଣିଆ ଟିମ ଚଢ଼ାଉ କରିଥିଲା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଏହି ଚଢ଼ାଉ କରାଯାଇଥିଲା । ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗ ର କଣ୍ଟାବାଞ୍ଜି ଡିଭିଜନ ଅନ୍ତର୍ଗତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ରହିଛି ।
ଏହି ବିଭାଗ ଅଧୀନ ରେ ଥିବା ଟିଟିଲାଗଡ଼ ଜିଇଡି ବିଭାଗ ର ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଥିଲା ।ପ୍ରକାଶ ଯେ, ଶ୍ରୀ ମାଝୀ ନିଜେ କିଛି ଠିକାଦାର ଙ୍କ ସହ ମିଶି ଠିକା କାମମାନ ଅତ୍ୟନ୍ତ ନିମ୍ନ ମାନର କରି ଲକ୍ଷ, ଲକ୍ଷ ଟଙ୍କା ହଡପ କରି ଆସୁଥିଲେ । କିଛି ଦିନ ପୂର୍ବେ କଣ୍ଟାବାଞ୍ଜି ମଣ୍ଡଳ କାର୍ଯ୍ୟାଳୟ ରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିବା ବେଳେ ଶ୍ରୀ ମାଝୀ ଭିଜିଲାନ୍ସ ର ସ୍କେନର ରେ ରହିଥିଲେ । ମାଝୀ ଙ୍କ ବିରୁଦ୍ଧରେ ଅନେକ ଆପତ୍ତି ଜନକ ଦସ୍ତାବିଜ ଭିଜିଲାନ୍ସ ଟିମ ର ହସ୍ତଗତ ହୋଇଥିଲା । ଭିଜିଲାନ୍ସ ଟିମ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ବଲପୁର, ବ୍ରଜରାଜନଗର ଓ ଝାରସୁଗୁଡା ର ଶ୍ରୀ ମାଝୀ ଙ୍କ ଘର ସମେତ ତାଙ୍କ ପୈତୃକ ଘର ସହ ସ୍ୱଶୁର ଘରେ ଏକ କାଳିନ ଚଢ଼ାଉ କରିଛି । ଚଢ଼ାଉ ରେ ଅନେକ ଜରୁରୀ କାଗଜ ପତ୍ର ଓ ନଗଦ ଟଙ୍କା ଓ ବିଭିନ୍ନ ଦାମିକା ସୁନା ଅଳଙ୍କାର ଜବତ କରିଥିବା ବେଳେ ଚଢ଼ାଉ ଜାରି ରହିଥିବା ତଥା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ମାନ ସିଲ କରାଯାଇଥିବା ପ୍ରକାଶ ପାଇଛି । ଭିଜିଲାନ୍ସ ଟିମ ଭୋର ସକାଳ ପ୍ରାୟ ପାଞ୍ଚ ଟା ସମୟ ରେ ଶ୍ରୀ ମାଝୀ ଙ୍କ ସରକାରୀ ବାସ ଭବନ ପାଚେରୀ ଡେଇଁ ଘରେ ପଶି ଚଢ଼ାଉ ଆରମ୍ଭ କରିଥିଲେ ।
ଅନେକ ଗୁରୁତ୍ୱପୁର୍ଣ କାଗଜ ପତ୍ର ସହ ନଗଦ ଛୟାଳିସ ହଜାର ଟଙ୍କା ସହ ଅନେକ ବ୍ୟାଙ୍କ ଆକାଉଣ୍ଟ ମାନ ଜବତ କରିବା ସହ ଲକ୍ଷାଧିକ ଟଙ୍କା ର ସୁନାହାର ମାନ ଉକ୍ତ ଘରୁ ଜବତ କରାଯାଇଛି ।ଏହି ଚଢ଼ାଉ ରୁ ଆଉ ବିପୁଳ ଅର୍ଥ ଜବତ କରାଯିବ ଓ ଏବେ ଏହି ଚଢ଼ାଉ ଜାରି ରଖାଯାଇଛି ବୋଲି ଭିଜିଲାନ୍ସ ଟିମ ପ୍ରକାଶ କରିଛି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।