ନୂତନ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତଙ୍କ ସହ ସହର ତଳି କ୍ରିୟାନୁଷ୍ଠାନ କମିଟିର ଆଲୋଚନା।

ଗଞ୍ଜାମ ;ତା-୦୩/୦୭(ବିଏମସି ଟିଭି ଓଡ଼ିଆ)

ଆଜି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ବ୍ରହ୍ମପୁର ମହାନଗର ନିଗମର ନୂତନ ଆୟୁକ୍ତ ପ୍ରଥମେଶ ଅରବିନ୍ଦ ରାଜେଶିକଙ୍କୁ ଭେଟି ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହ ମହାନଗର ନିଗମରେ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ଆଲୋଚନ କରିଥିଲେ। ନିକଟରେ କମିଶିନରଙ୍କ ଦ୍ଵାରା ୧୮ ଟି ପଞ୍ଚାୟତ ପରିବର୍ତ୍ତେ ଯେଉଁ ଚାରୋଟି ଗ୍ରାମ ବିଏମସିରେ ମିଶ୍ରଣ ନେଇ ସୁପାରିଶ କରାଯାଇଅଛି ସେ ନେଇ ପ୍ରକ୍ଷାପଟ କଣ ଥିଲା ଜାଣିବାକୁ ଚାହିଁଥିଲେ। କମିଶନର କହିଥିଲେ ଯେ ଯେହେତୁ ରଜ୍ୟ ସରକାର ଏ ସଂକ୍ରାନ୍ତରେ ଏନଓସି ମାଗିଥିଲେ ଏଵଂ ଏହି ଚାରୋଟି ଗ୍ରାମ ଆଗରୁ ରେଜୋଲୁସନ ଦେଇସାରିଥିଲେ ଏଵଂ ସେମାନଙ୍କ ମିଶ୍ରଣ ନେଇ ସମସ୍ତ ପକ୍ରିୟା ସରିଯାଇଥିବା ହେତୁ ବିଏମସି ତରଫାରୁ ସୁପାରିଶ କରାଗଲା। ବାକି ରହିଥିବା ୧୪ ଟି ପଞ୍ଚାୟତ ସମ୍ପର୍କରେ ଜିଲ୍ଲାପାଳ ରେକୋମେଣ୍ଡସନ କରିବେ। ଖୁବ୍ ଶୀଘ୍ର ସମସ୍ତ ପଞ୍ଚାୟତର ମିଶ୍ରଣ ନେ଼ଇ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ଯାଉଥିବା ସେ ପ୍ରକାଶ କରିଥିଲେ। କମିଟି ଦ୍ୱାରା ପଞ୍ଚାୟତ ମାନଙ୍କ ଠାରୁ ସଂଗୃହୀତ ସମସ୍ତ ଇଚ୍ଛା ସଂକଳ୍ପ ପତ୍ରକୁ ନୂତନ କମିଶନରଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇ ଥିଲା। ଆଗମୀ କାଉନସିଲ ବୈଠକ ଏଜେଣ୍ଡାରେ ଏହାକୁ ସାମିଲ କରାଯିବକୁ କମିଟିର ପ୍ରସ୍ତାବକୁ ସେ ସମ୍ମତି ଜଣାଇଥିଲେ। ସେହିଭଳ କମିଶନରଙ୍କ ସହ ଆଲୋଚନା ସମୟାରେ ଟାୱାର ଲାଇନ ରାସ୍ତା କାମ ନେଇ ଚର୍ଚ୍ଚା ହେଇଥିଲା । କମିଟି ତରଫରୁ ଉକ୍ତ ରାସ୍ତା ପରିଦର୍ଶନ କରିବା ନେଇ କମିଶନରଙ୍କୁ ଅନୁରୋଧ କରଯାଇଥିଲା। ଖୁବ୍ ଶୀଘ୍ର ସେ ପରିଦର୍ଶନରେ ଯିବେ ବୋଲି କହିଥିଲେ। ସେହିପରି ବୈକୁଣ୍ଠ ନଗର ସ୍ଥିତ ସ୍ପୋର୍ଟସ ଏରେନା ଠାରୁ ବ୍ରଜନଗର ଦେଇ ଜ୍ୟୋତି ନଗର ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଡ୍ରେନ ବିଷୟ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ବର୍ଷା ଦିନ ଚାଲିଥିବାରୁ ସେପ୍ଟେମ୍ବର ମାସରେ ଡ୍ରେନ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ନୂତନ କମିଶନରଙ୍କ ସହ ଆଲୋଚନା ସୌହାର୍ଦ୍ଧ୍ୟପୂର୍ଣ୍ଣ ଓ ସନ୍ତୋଷଜନକ ଥିବା କମିଟି କହିଛି। ଆଜିର ପ୍ରତିନିଧିମଣ୍ଡଳୀରେ ସଭାପତିଙ୍କ ବ୍ୟତିତ ଉପସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର, ସହ ସମ୍ପାଦକ ବି ଭି ସାଗର, ସହ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, କାର୍ଯ୍ୟଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ,ଓ ଉପଦେଷ୍ଟା ଜୀତେନ୍ଦ୍ର କୁମାର ପାଢୀ ପ୍ରମୁଖ ସାମିଲ ଥିଲେ।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *