ବକ୍ସମା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ ।

ସମ୍ବଲପୁର:ତା.୦୪/୦୭(ବିଏମସି ଟିଭି ଓଡିଆ)

କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ବକ୍ସମା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପରିବେଶବିତ୍‌ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ସାଂସଦ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ, ଉଦ୍ୟାନ ବିଭାଗ ଅବସର ପ୍ରାପ୍ତ ଅଧିକାରୀ ରବୀନ୍ଦ୍ର କୁମାର ଦାସ, ପୂର୍ବତନ ସମିତି ସଭ୍ୟ ସଞ୍ଜୀବ ସାହୁ, ଯୁବନେତା ହେମେନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ପରିଡ଼ା ସଭାପତିତ୍ବ କରିଥିଲେ। ଅତିଥିମାନେ ତାଙ୍କ ଭାଷଣରେ ପୃଥିବୀ ମାଆର ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ଓ ଗାଆଁକୁ ସବୁଜ ସୁନ୍ଦର କରିବା ପାଇଁ ନିଜ ନିଜ ଜନ୍ମ ଦିନରେ ବୃକ୍ଷ ରୋପଣ କରିବାକୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଶପଥ ପାଠ କରାଇଥିଲେ। ଶେଷରେ ସଂସ୍କୃତ ଶିକ୍ଷୟିତ୍ରୀ ମମତା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଅତିଥିମାନଙ୍କ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ସାହିତ୍ୟ ଘର ସଭ୍ୟ ସୁବୋଧ କୁମାର ନାୟକ ଓ ନିଲୁ କୁମାର ପରିଡ଼ା ଆଦିଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ପ୍ରତ୍ୟେକେ ଗୋଟିଏ ଗୋଟିଏ ଫଳ ଚାରା ରୋପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *