ରାଇରଙ୍ଗପୁର ;ତା-୧୨/୦୯(ବିଏମସି ଟିଭି ଓଡ଼ିଆ)
ରାଜ୍ଯ ସରକାର ରାଜସ୍ବ ଅମଲା ସଂଘର ନ୍ଯାର୍ଯ୍ଯ ଦାବୀକୁ ହେୟ କରିଆସିଛି । ଯାହା ଫଳରେ ସେମାନେ ଗତ ୭ ଜୁଲାଇ ଠାରୁ ୧୧ ଜୁଲାଇ ପର୍ଯ୍ଯନ୍ତ କଳା ବ୍ଯାଚ ଧାରଣ କାର୍ଯ୍ଯ କରିବେ । ଏଥିରେ ଅସଫଳ ହେଲେ ଆସନ୍ତା ୧୪ ଜୁଲାଇ ୨୦୨୫ ଠାରୁ ସମ୍ପୂର୍ଣ୍ଣଭାବେ ଦାବି ପୂରଣ ନ ହେବା ପର୍ଯ୍ଯନ୍ତ କାର୍ଯ୍ଯବନ୍ଦ ଆନ୍ଦୋଳନ କରିବେ । ସେମାନଙ୍କର ପ୍ରମୁଖ ଦାବୀ ଗୁଡିକ ହେଲା : ୧) ଜିଲ୍ଲାସ୍ତରରେ କାର୍ଯ୍ଯରତ ରାଜସ୍ବ ଅମଲାମାନଙ୍କ ମୂଳ ଦରମା ଓ ଆର ଏସ୍ ପି ୨୦୧୭ ମସିହା ନିୟମ ଅନୁଯାୟୀ ଲେଭେଲ ୯ କୁ ବୁଦ୍ଧି କରାଯାଉ । ୨) ରାଜ୍ଯରେ କାର୍ଯ୍ଯରତ ସମସ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ସ୍ବାସ୍ଥ୍ଯ ବୀମା ଲାଗୁ କରାଯାଉ । ୩) ଜିଲ୍ଲାସ୍ତରରେ କାର୍ଯ୍ଯରତ ରାଜସ୍ବ କର୍ମଚାରୀମାନଙ୍କୁ ଓଡିଶା ରାଜସ୍ବ ସେବା ପଦବୀରେ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ । ୪) ରାଜସ୍ବ ବିଭାଗରେ ସମସ୍ତ କାର୍ଯ୍ଯରେ ସଂସ୍କାର ଅଣାଯିବା ପାଇଁ ଏବଂ ନୂତନ ଭାବେ ନିଯୁକ୍ତି ପାଇଥିବା ରାଜସ୍ବ ସହାୟକ ମାନଙ୍କର ଦକ୍ଷତା ବୁଦ୍ଧି ପାଇଁ ପ୍ରବେଶକାଳିନ ତାଲିମ ପ୍ରଦାନ କରାଯାଉ । ଓ ୫ ) ନୂତନ ପେନସନ ଯୋଜନାକୁ ରଦ୍ଦକରି ସମସ୍ତ ସରକାରୀ କର୍ମଚାରୀମାନଙ୍କ ପୁରାତନ ପେନସନ ଅନ୍ତର୍ଭୁକ୍ତ କରାଯାଉ । ଏଥିରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ତହସିଲ କାର୍ଯ୍ଯାଳୟର ଜିଲ୍ଲା ସଭାପତି ତଥା ଉପବିଭାଗୀୟ ଅଧିକାରୀ ଅସିତ କୁମାର ମହାକୁଡ, ବରିଷ୍ଠ ରାଜସ୍ବ ସହାୟକ ମନୋଜ କୁମାର କାଳାନ୍ଦୀ, ସୁପ୍ରକାଶ ଧଳ, ସୁକାନ୍ତି ପାତ୍ର, ମିନତୀ ଟୁଡୁ, କନିଷ୍ଠ ରାଜସ୍ବ ସହାୟକ ଅନନ୍ଯା ଗିରି ପ୍ରମୁଖ କଳାବ୍ଯାଚ ପରିଧାନ କରି କାର୍ଯ୍ଯ କରୁଥିବା ବେଳେ ବିଜାତଳା ବ୍ଲକରେ ଏସଓ ମହେଶ ଚନ୍ଦ୍ର ବେହେରା, ଏସଆରଏ ରାମେଶ୍ବର ମୁର୍ମୁ, କ୍ଷୀରୋଧ ଚନ୍ଦ୍ର ମହାକୁଡ ଓ ଜେଆରଏ ତାରିଣୀକାନ୍ତ ମହାନ୍ତ ପ୍ରମୁଖ ଥିଲେ । ସେହିପରି ବିଶୋଇ ବ୍ଲକ କାର୍ଯ୍ଯାଳୟରେ ଏସଆରଏ ବିବେକାନନ୍ଦ ମହାପାତ୍ର, ଗୋପୀନାଥ ନାଏକ ଓ ଜେଆରଏ ପଞ୍ଚୁରାମ ହାଁସଦା , ଆଇସିଡିଏସ ଅଫିସରେ ଏସଆରଏ ଭଗବାନ ହାଁସଦାଃ ଓ ଜେଆରଏ ବିଶ୍ବଜିତ ଦେହୁରୀ ତଥା ବିଶୋଇ ତହସିଲ କାର୍ଯ୍ଯାଳୟରେ ଉପବିଭାଗୀୟ ଅଧିକାରୀ ଲଛମୋହନ ସିଂ, ବରିଷ୍ଠ ରାଜସ୍ବ ସହାୟକ ଗଗନ ବିହାରୀ ସାହୁ, ଜଗନ୍ନାଥ ସ୍ବନସି, କନିଷ୍ଠ ରାଜସ୍ବ ସହାୟକ ତସ୍ମିତା ସରଜାମ, ରେଖା ସେଠୀ, ବିକ୍ରମ କେଶରୀ ଦେଓ ଓ ହେମନ୍ତ କୁମାର ମାର୍ଣ୍ଡି ପ୍ରମୁଖ ଥିଲେ ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।