ବେଲଗୁଣ୍ଠା ;ତା-୧୧/୦୭(ବିଏମସି ଟିଭି ଓଡ଼ିଆ)
ରାଜ୍ୟରେ ଅଙ୍ଗନୱାଡି ଶିଶୁଙ୍କର ବୌଦ୍ଧିକ ଏବଂ ମାନସିକ ବିକାଶ ପାଇଁ ସରକାରଙ୍କ ତରଫରୁ ପୋଷଣଯୁକ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ଏକ ନମ୍ଵର୍ ୱାର୍ଡ଼ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ କାଉନସିଲର୍ ଭାସ୍କର ପାତ୍ର ଖାଦ୍ୟର ମାନ ପରଖିବା ପାଇଁ ପିଲାଙ୍କ ସହ ବସି ଭୋଜନ କରିଛନ୍ତି ।ଆଜି କାଉନସିଲର୍ ଶ୍ରୀ ପାତ୍ର ଅଚାନକ୍ ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚି ଶିଶୁ ମାନଙ୍କ ସହିତ ଗପସପ କରିବା ସହିତ ସେମାନଙ୍କ ସହିତ ବସି ଭାତ ଏବଂ ଅଣ୍ଡା ତରକାରୀ ଖାଇଥିଲେ ।ଏହାସହ ଶିଶୁ ମାନଙ୍କ ସହିତ ପ୍ରତିଦିନର ଖାଦ୍ୟର ସ୍ୱାଦ ବିଷୟରେ ଆଲୋଚନା କରିଥିଲେ ।ଖାଦ୍ୟର ମାନ ଠିକଠାକ ଥିବା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । ଏହା ସହିତ ଅଙ୍ଗନୱାଡ଼ି କେନ୍ଦ୍ରର ସୁବିଧା ଅସୁବିଧା ସମ୍ପର୍କରେ ସେ ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ଆଲୋଚନା କରିଥିଲେ ।ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ନିଜସ୍ୱ ଘର ଖଣ୍ଡେ ନଥିବା ନେଇ ସେ ଦୁଃଖ ପ୍ରକାଶ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।