ବିୟୁଟିସୀୟାନ ୱେଲଫେର ଏସୋସିଏସନ୍ ପକ୍ଷରୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ।

ରାୟଗଡ଼ା ;ତା-୧୧/୦୭(ବିଏମସି ଟିଭି ଓଡ଼ିଆ)

ସେବା ହିଁ ପରମ୍ ଧର୍ମ। ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ ବିୟୁଟିସିୟାନ୍ ୱେଲଫେର ଏସୋସିଏସନ୍ ସଦସ୍ୟ ମାନେ। ଏହି ସଂଘର ସଭାପତି  ଲକ୍ଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାୟଗଡ଼ ସହର ତୁମ୍ବିଗୁଡ଼ାସ୍ଥିତ ବୃଦ୍ଧାଶ୍ରମରେ ଖାଦ୍ୟ ଓ ବସ୍ତ୍ର ଦାନ ସେବା କରଯାଇଛି। ଏସୋସିଏସନ୍ ର ଉପ-ସଭାପତି ଶିବାନୀ ପାଲାକା ସମ୍ପାଦିକା ସୈଳସୂତା ସାହୂଙ୍କ ସହଯୋଗରେ ଅନ୍ତେ ବାସୀଙ୍କ ନିମନ୍ତେ, ମହିଳାମାନଙ୍କ ପାଇଁ ଶାଡ଼ି ଓ ପୁରୁଷ ମାନଙ୍କ ପାଇଁ ଲୁଙ୍ଗି/ ଟାୱାଲ ଭଳି ବସ୍ତ୍ର ବଣ୍ଟନ କରିଥିଲେ। ଏସୋସିଏସନ ର ସମସ୍ତ ସଦସ୍ୟ ମାନଙ୍କ ସେବା ମନବୃତ୍ତି ଦେଖିବାକୁ ମିଳିଛି ଏହି କାର୍ଯ୍ୟକ୍ରମରେ। ଅନ୍ତେବାସୀଙ୍କ ଖାଇବା ପାଇଁ ପୁରି, ଖିରି, ବିସ୍କୁଟ ଏବଂ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରଯାଇଥିଲା। ଏହି ସେବା ମନବୃତିକୁ ଦେଖି ବୃଦ୍ଧାଶ୍ରମରେ ଥିବା ବୁଦ୍ଧିଜୀବୀ ଭୂରି ଭୂରି ପ୍ରଶଂସା କରିବା ସହ ସଂଘର ସଦସ୍ୟ ମାନଙ୍କୁ ଆଶିର୍ବାଦ ପ୍ରଦାନ କରିଛନ୍ତି।
ଏସୋସିଏସନର ଉପଦେଷ୍ଟା ଉଦିତ୍ ଶତପଥି କହିଛନ୍ତି ଯେ ଆଗକୁ ଏହିଭଳି ଅନେକ ସେବା କାର୍ଯ୍ୟ କରାଯିବ। ସଂଘର ସମସ୍ତ ସଦସ୍ୟ ସେବା ମନୋଭାବ ଜାରି ରହିବ ବୋଲି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ସଂଘ ସଦସ୍ୟ ପ୍ରିୟା ସ୍ୱାଇଁ, ବନ୍ଦନା ଯୋଶୀ, ମମତା, ସ୍ଵିତା, ସୁଜାତା, ପଲକ୍, ଗୀତା, ନିତୁ, ଅରୁଣା ପ୍ରମୁଖ ସଂଘର ଏହି ସେବା କାର୍ଯ୍ୟରେ ସଦା ସର୍ବଦା ଆମେ ସାଥିରେ ଅଛୁ ବୋଲି କହିଛନ୍ତି।

ରାୟଗଡ଼ା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *