ଦଶପଲ୍ଲା ;ତା-୧୦/୦୭(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବିଧାନସଭା ଅନ୍ତର୍ଗତ ନୂଆଗାଁ ବ୍ଲକ ସଭା ଗୃହରେ ବୁଧବାର ଦିନ ଘଟିଛି ଏକ ଅଭାବନୀୟ ଘଟଣା। ନୂଆଗାଁ ବ୍ଲକ ର ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ ପାଇଁ ସମସ୍ତ ବିଭାଗ ର କର୍ମଚାରୀ ତଥା ବ୍ଲକ ବିଡ଼ିଓ ଓ ଅନ୍ୟ ଅଧିକାରୀ ଙ୍କ ଉପସ୍ଥିତି ରେ ସଭା କାର୍ଯ୍ୟ ଚାଲିଥିଲା। ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଭା ମଧ୍ୟରେ ଆଲୋଚନା ଚାଲିଥିବା ସମୟରେ କେତେକ ଉନ୍ନୟନ କାର୍ଯ୍ୟ ଗୁଡିକ ହୋଇ ନ ଥିବା ବିଧାୟକ ଙ୍କ ପାଖରେ ବିଡ଼ିଓ ମହାଶୟ ଉତ୍ତର ରଖି ପାରି ନ ଥିଲେ। ଫଳରେ ବିଧାୟକ ରାଗରେ ଫାଇଲ ଫୋପାଡିବା ସହ ସେହି ସ୍ଥାନ ଛାଡିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ବିଡ଼ିଓ କାହା ଇସାରାରେ କାମ କରୁଛନ୍ତି ? ବିଧାୟକ ଙ୍କ ରାଗ କେହି କେବେ ଦେଖି ନ ଥିଲେ କିନ୍ତୁ କଣ ଏମିତି ହେଲା ଯେ ବିଧାୟକ ରାଗିଯାଇ ଫାଇଲ ଫୋପାଡ଼ିବା ପର୍ଯ୍ୟନ୍ତ ଗଲା। ଏଠି ପ୍ରଶ୍ନ ମଧ୍ୟ ଉଠୁଛି ବିଧାୟକ ଯେଉଁ କାମକୁ ନେଇ ଶ୍ରେୟ ନେବାକୁ ଚାହୁଁଛନ୍ତି ତାହାକୁ ବୋଧ ହୁଏ ବିଡ଼ିଓ ମାନୁନଥିବା ଜଣାପଡୁଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଠପ ହୋଇଯାଇଥିବା ସୂଚନା ମିଳିଛି। ପୂର୍ବ ସରକାର ଙ୍କ ସମୟରେ ମନ ଇଛା କାମ କରାଯାଉଥିଲା କିନ୍ତୁ ବର୍ତମାନ ଏହା ସମ୍ଭବ ହୋଇପାରୁନାହିଁ ବୋଧ ହୁଏ। ଦେଖାଯାଉ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ତଥା ନୂଆଗାଁ, ଦଶପଲ୍ଲା, ଗଣିଆ ବ୍ଲକ ର ଉନ୍ନୟନ ମୂଳକ କାର୍ଯ୍ୟ କେବେ ଆରମ୍ଭ ହେବ ତାହା ଦେଖିବାକୁ ବାକି ରହିଲା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।