ବାମନଘାଟୀ ଉପଖଣ୍ଡରେ ଓଡିଶା ବନ୍ଦ ସଫଳ           

 ମୟୂରଭଞ୍ଜ -, ୧୮/୦୭ ,(ବିଏମସି ଟିଭି ଓଡ଼ିଆ )

  ବାଲେଶ୍ବର ଫକୀର ମୋହନ ଛାତ୍ରୀ ସୌମ୍ଯାଶ୍ରୀ ବିଶି ମାନସିକ ନିର୍ଯ୍ଯାତନା ସହି ନ ପାରି ଆତ୍ମହତ୍ଯା କରିଥିଲେ  ଏଥିପାଇଁ ନିଶ୍ଚିତ ଭାବେ କଲେଜ କତୁପକ୍ଷ ଓ ବିଭାଗୀୟ ମୁଖ୍ଯ ଦାୟୀ ବୋଲି ସୂଚନାରୁ ଜଣାଯାଇଛି l ପୁଣି ଶିକ୍ଷାମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀ ମଧ୍ଯ ଦାୟୀ  ବିରୋଧୀ ଦଳ ନେତାମାନେ ମନ୍ତବ୍ଯ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ଓଡିଶା ବନ୍ଦ ଡାକରାରେ ସକାଳ ୬ ଟାରୁ ସଂନ୍ଧ୍ଯା ୬ଟା ପର୍ଯ୍ଯନ୍ତ ୧୨ ଘଣ୍ଟା ସାରା  ଓଡିଶାରେ ଗାଡିମଟର, ଦୋକାନବଜାର, ସ୍କୁଲକଲେଜ, ସରକାରୀ ଓ ବେସରକାରୀ କାର୍ଯ୍ଯାଳୟ ବନ୍ଦ ହୋଇଥିଲା ଯାହା ଫଳରେ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଥିଲା l ଏହି ପରିପ୍ରେକ୍ଷୀ ରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଠାରେ ପଞ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ଓ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ତରଫରୁ ଓଡିଶାବନ୍ଦ କୁ ସଫଳ କରିଥିଲେ l ସେମାନଙ୍କ ମଧ୍ଯରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ଶ୍ଯାମଚରଣ ହାଁସଦାଃ, ପ୍ରହଲ୍ଲାଦ ପୂର୍ତ୍ତୀ, ଯୁବ ନେତା ରୂପକ ମହାନ୍ତି, ଲିପୁ ମହାନ୍ତି, ଭଜହରି ମହାନ୍ତ, ସକ୍ରିୟ ସଦସ୍ଯ କିଶୋର ମହାନ୍ତ, ଅମର ପ୍ରଧାନ, ରାହୁଳ ମହାନ୍ତି ଓ କୌଶିକ ମହାନ୍ତି ପ୍ରମୁଖ ନେତୁତ୍ବ ନେଇଥିଲା ବେଳେ ଜେଏମଏମରେ ସୁନୀଲ ମାଝୀ, ସାଲୁ କିସ୍କୁ, ପରେଶ୍ବର ମୁର୍ମୁ, କାଳୀଚରଣ ଟୁଡୁ, ମାନସିଂ ଟୁଡୁ, ଭାଗବତ ମାଝୀ ଓ ଉଦୟନାଥ ସୋରେନ ନେତୁତ୍ବ ନେଇଥିଲେ l ସେହିପରି ଜାମଦା ବ୍ଲକରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ  କମିଟୀ ଜାମଦା ବ୍ଲକ ର ବ୍ଲକ  ସଭାପତି ସନ୍ତୋଷ କୁମାର ନନ୍ଦ, ବ୍ଲକ ଉପସଭାପତି ମାନସିଂ ସୋରେନ, ପିସିସି ମେମ୍ବର ଶ୍ରୀମତୀ ହେଲେନା ବାଗେ, ବରିଷ୍ଠ କଂଗ୍ରେସ ନେତା ଏମଡି ଆବିଡ ହୁସେନ, ଗ୍ରାମ ପଞ୍ଚାୟତ ସଭାପତି ଶ୍ରୀଧର ସୋରେନ, ବିଶ୍ବନାଥ ସୋରେନ, କଂଗ୍ରେସ କର୍ମୀ ନିମାଇ ମାର୍ଣ୍ଡି, ବୀରେନ୍ଦ୍ର ପ୍ରଧାନ, ଚନ୍ଦ୍ର ମୋହନ ସୋରେନ, କ୍ରିଷ୍ଣା ପାତ୍ର ଓ ଜଗ ବେହେରା ପ୍ରମୁଖ ନେତୁତ୍ବ ନେଇଥିଲା ବେଳେ ବହଳଦା ବ୍ଲକ କଂଗ୍ରେସ କମିଟୀ ପକ୍ଷରୁ ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସାଧାରଣ ସଂପାଦକ ହରିଚରଣ ସାହୁ, ପୂର୍ବତନ ଏଲଡିଏମ ରାଇରଙ୍ଗପୁର ଇନତେଖାବ ଆଲାମ, ଯଗେନ୍ଦ୍ର ବାନରା, ଅଜୁନ ସାହୁ, ଲାଲ ବିହାରି ବିନ୍ଧାଣୀ, ଉତ୍କଳମଣି ସୋରେନ, ବିଭୀଷଣ ପାତ୍ର, ତନ୍ମୟୀ ମିଶ୍ର, କୁନା ମହାନ୍ତ, କୁଆଁର ସୋରେନ ଓ ସାନଧମ ବେଶ୍ରା ନେତୁତ୍ବ ନେଇଥିଲେ l ତଥା ତିରିଂ ବ୍ଲକରେ କଂଗ୍ରେସ କମିଟୀ ପକ୍ଷରୁ ଏସସି ସେଲ ଚେୟାରମେନ ଭାଗିରଥୀ ପାତ୍ରଙ୍କ ନେତୁତ୍ବରେ କାର୍ଯ୍ଯକ୍ରମ କୁ ସଫଳ ରୂପାୟନ କରାଯାଇଥିଲା ବେଳେ ଏସଟି ସେଲ ଅନୁପ ସୋରେନ, ମହମ୍ମଦ ଖାଁ, ଶଙ୍କର କ୍ଷେତ୍ରୀ, ସନ୍ତୋଷ କୁମାର ନାଏକ, ଶ୍ରୀହରି ପାତ୍ର, ପୂର୍ବତନ ଏଲଡିଏମ ରାଇରଙ୍ଗପୁର ଇନତେଖାବ ଆଲାମ, ରବୀନ୍ଦ୍ର ରଣା, ଚରଣ ଟୁଡୁ ଓ ବସନ୍ତ ସାମାଡ ପ୍ରମୁଖ ଉପସ୍ଥିତ ରହି ଥିଲେ l ଏଥି ସହିତ ଭଞ୍ଜସେନା, ବାମପନ୍ଥୀଦଳ, କମ୍ଯୁନିଷ୍ଟ ଦଳ,ଏସୟୁସିଆଇ ଓ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (ମାସା) ଓଡିଶା ବନ୍ଦ ଡାକରା କୁ ସମର୍ଥନ କରିଥିଲେ ।

ମୟୂରଭଞ୍ଜ ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ  ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *