ବଲାଙ୍ଗିର/ଟିଟିଲାଗଡ, ତା୦୭/୧୨ ( ବିଏମସି ଟିଭି ଓଡ଼ିଆ)
ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଡେଙ୍ଗପଦର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଖାଇ ଅନେକ ଛାତ୍ର,ଛାତ୍ରୀ ଗୁରୁତର ହୋଇ ପଡିଛନ୍ତି ।
ଉକ୍ତ ଖାଦ୍ୟ ଖାଇ ଗୁରୁତର ଅବସ୍ଥାରେ ଥିବା ଛାତ୍ର, ଛାତ୍ରୀ ଙ୍କୁ ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିବା ବେଳେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଦୀପ ନାଏକ ନିଜ ତତ୍ତ୍ଵାବଧାନ ରେ ଚିକିତ୍ସା ଆରମ୍ଭ କରିଛନ୍ତି ।
ଏ ନେଇ ଗ୍ରାମ ରେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବର୍ତମାନ ସୁଦ୍ଧା ୬୯ ଜଣ ଛାତ୍ର,ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଆମ୍ବୁଲାନ୍ସ ଯୋଗେ ଅନ୍ୟ ଛାତ୍ର, ଛାତ୍ରୀ ଙ୍କୁ ଅଣାଯାଉଥିବା ସୂଚନା ମିଳିଛି ।
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ରୁ ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।