ପ୍ରାଚୀନ କବି ଦନେଇ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଗୋପୀଭାଷାର ଆଲୋଚନା ଚକ୍ର ଓ ପାଠୋତ୍ସଵ।

ବୋଲଗଡ଼, ତା-୦୭/୧୨ (ବିଏମସି ଟିଭି ଓଡ଼ିଆ)

ବୋଲଗଡ଼ ବ୍ଲକ ସଦର ମହକୁମାରେ ପ୍ରତିଷ୍ଠିତ ବଳଦୁର୍ଗ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରିଷଦ ଓ ଓଡିଶା ସାହିତ୍ୟ ଏକାଡେମୀ,ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ପ୍ରାଚୀନ କବି ଦନେଇ ଦାସଙ୍କ ଜୟନ୍ତୀ ଗୋପୀନାଥ ଖାଡ଼ଙ୍ଗାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭାରମ୍ଭରେ କବି ଭକ୍ତବଲ୍ଲଭ ପଟ୍ଟନାୟକଙ୍କ ସଂଯୋଜନାରେ ୩୦ ଜଣ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରଥିଲେ। ମୁଖ୍ୟଅତିଥି ଭାବରେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଓ ମୁଖ୍ୟଵକ୍ତା ଭାବରେ ଅଧ୍ୟାପକ ରଙ୍କନିଧି ବଳିୟାରସିଂହ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଗୋପୀଭାଷା ଓ କବି ଦନେଇ ଦାସଙ୍କ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୁବ ଗବେଷକ ଶ୍ରୀକାନ୍ତ କୁମାର ନାୟକ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାପାତ୍ର, ପଣ୍ଡିତ ଦିବାକର ପରମଗୁରୁ ଯୋଗଦେଇ ବୋଲଗଡ ଅଞ୍ଚଳରେ ସାନପଦର ଗ୍ରାମରେ ଅଷ୍ଟାଦଶ ଶତାବ୍ଦୀରେ ବୈଷ୍ଣବ କବି ଭକ୍ତଚରଣ ଦାସ , ଦନେଇ ଦାସ, ପିଣ୍ଡିକ ଶ୍ରୀଚନ୍ଦନ, ନାରୀକବି  ନେତ୍ରମଣି ଓ ଅନନ୍ତ ପାତାଳସିଂହ ପ୍ରମୁଖ ଜନ୍ମହୋଇ ଏହାକୁ କବିତୀର୍ଥରେ ପରିଣତ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ କବି ପ୍ରସନ୍ନ କୁମାର ମଣ୍ଡଳଙ୍କୁ ସମାଜସେବା ନିମନ୍ତେ କବି ଦନେଇ ଦାସ ସମ୍ମାନ ଓ ଗୀତିକାର ପୂର୍ଣ୍ଣଚନ୍ଦ୍ର ବେହେରା ଲୋକକଳା ପ୍ରସାର ନିମନ୍ତେ ସମ୍ମାନଜନକ ଡ଼କ୍ଟରେଟ ଉପାଧି ଲାଭ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅବିନାଶ ସୁବୁଦ୍ଧି ଓ ସୁଶ୍ରୀ ପ୍ରଜ୍ଞା ପାରମିତା ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ମନୋଜ କୁମାର ଗୁମାନସିଂହ ଧନ୍ୟବାଦ ପ୍ରଦାନ କରିଥିଲେ।

ଖୋର୍ଦ୍ଧା ଜିଲ୍ଲା  ବୋଲଗଡ ରୁ  ରାଧାମଣୀ ମହାପାତ୍ର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *