ସମ୍ବଲପୁର ;ତା-୩୧/୦୧(ବିଏମସି ଟିଭି ଓଡିଆ)
ସମ୍ଵଲପୁର ଜିଲ୍ଲା ବାମରା ବ୍ଲକ କୁନ୍ତରା ବାହାଲ ଗ୍ରାମରେ ଅଖିଳ ଭାରତୀୟ ଅଘରିଆ ସମାଜର ଜରାବଗା ଗୁଡ଼ି ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଗୁଡ଼ି ସଭାପତି ସନ୍ତୋଷ କୁମାର ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ରାଜ୍ୟ ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କେସାଇବହାଲ ମଣ୍ଡଳ ସଭାପତି ପ୍ରକାଶ ପଟେଲ , ଆଞ୍ଚଳିକ ସ୍ତରୀୟ ମହିଳା ସଭାନେତ୍ରୀ ସୁସ୍ମିତା ପଟେଲ ଓ ଉପଦେଷ୍ଟା ସୁରେନ୍ଦ୍ର ପ୍ରସାଦ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଭିନ୍ନ ଗ୍ରାମ୍ୟ କମିଟି ର ସାଂଗଠାନିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସବଡେଗା ଠାରେ ଫେବୃଆରୀ ୧୩,୧୪,୧୫ ଓ ୧୬ ତାରିଖ ରେ ହେବାକୁ ଥିବା ରାଜ୍ୟ ମହା ସମ୍ମିଳନୀର ସଫଳତା କାମନା କରା ଯାଇଥିଲା । ନୂତନ ସମ୍ବିଧାନ ଓ ଓବିସି ଦାବି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରାରମ୍ଭରେ ପୂର୍ବତନ ଆଞ୍ଚଳିକ ସମ୍ପାଦକ ସୁଦୀପ୍ତ ପଟେଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ଗୁଡ଼ି ସମ୍ପାଦକ ତିକେଶ୍ୱର୍ ପଟେଲ ବାର୍ଷିକ ବିବରଣୀ ପାଠ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସୁବାସ ନାୟକଙ୍କୁ ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପୂର୍ବ ସମ୍ପାଦକ ସରୋଜ ପଟେଲଙ୍କ ସମେତ ଅଲେଖ ପଟେଲ, ଦିଲ୍ଲୀପ ପଟେଲ ପ୍ରମୁଖ ଆଲୋଚନା କରିଥିବା ବେଳେ ଦିଲେଶ୍ୱର୍ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।