ବେଲଗୁଣ୍ଠା ; ତା-୧୮/୧୨(ବିଏମସି ଟିଭି ଓଡ଼ିଆ)
ବେଲଗୁଣ୍ଠା ବ୍ଳକ୍ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁଙ୍କ ଅଧିକାର,ଶିକ୍ଷା, କିଶୋରୀ ସଶକ୍ତିକରଣ,ବାଲ୍ୟ ବିବାହ, ଲିଙ୍ଗଗତ ସମାନତା, କନ୍ୟା ଭୃଣ ହତ୍ୟା ନିଷେଧା,ଶିଶୁ ଶ୍ରମିକ ନିଷେଧ, ଶିଶୁ ଚାଲାଣ ବନ୍ଦ କରିବା ସମ୍ପର୍କରେ ଆଲୋଚନା କରାଯିବା ସହିତ କନ୍ୟା ସନ୍ତାନର ସୁରକ୍ଷା ପାଇଁ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।ଏହା ସହିତ ବେଟି ବଚାଓ,ବେଟି ପଢାଓ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ନଳିନୀ କୁମାରୀ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଥାନା ଏଏସ୍ଆଇ ଜ୍ୟୋତ୍ସ୍ନା ପ୍ରଧାନ,ଲଳିତା ବେହେରା,ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗ୍ୟଲତା ପ୍ରଧାନ,ଟିବି ସୁପରଭାଇଜର୍ ଦୁର୍ଗା ପ୍ରସାଦ ପାତ୍ର,ଆଇସିଡିଏସ୍ ସୁପରଭାଇଜର୍ ସଂଯୁକ୍ତା ଦାସ ପ୍ରମୁଖ ମଞ୍ଚାସୀନ ରହି ଉପୋରୋକ୍ତ ପ୍ରସଙ୍ଗ ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆଇସିଡିଏସ୍ ସୁପରଭାଇଜର୍ ବିଜୟଲକ୍ଷ୍ମୀ ଗୌଡ଼,ପ୍ରଭାସିନୀ ସାହୁ, ପ୍ରଶାନ୍ତି ତ୍ରୀପାଠି,ବୀଣା ଦିଗାଲ୍,ଝୁନୁଲତା ସ୍ୱାଇଁ,ସରୋଜିନୀ ଗୌଡ଼, ଅଙ୍ଗନୱାଡି କର୍ମୀ କବିତା କୁମାରୀ ସାହୁ,ରୁନା ପ୍ରଧାନ, ମମତା ପାଣିଗ୍ରାହୀ, ଶ୍ୟାମଳୀ ବିଷୋୟୀ,ସୁଜାତା ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ବେଲଗୁଣ୍ଠା ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।