କଲ୍ୟାଣସିଂହପୁର ଠାରୁ ଭୁବନେଶ୍ଵର କିମ୍ବା ପୁରୀକୁ ସରକାରୀ ବସ୍ ସେବା ଯୋଗାଇ ଦେବାକୁ ସାମ୍ବାଦିକ ସଂଘ ପକ୍ଷରୁ ପରିବହନ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ।

ରାୟଗଡ଼ା ;ତା-୦୧(୦୩(ବିଏମସି ଟିଭି ଓଡ଼ିଆ)

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସ୍ଥିତ ଦେବଗିରି ଶୈବପୀଠ କୁ ଦର୍ଶନ କରିବାକୁ ଶନିବାର ସକାଳ ସମୟରେ ଓଡ଼ିଶା ସରକାରଙ୍କ ରାଜ୍ୟ ବାଣିଜ୍ୟ,ପରିବହନ, ଷ୍ଟିଲ ଏବଂ ମାଇନ୍ସ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଆସି ପହଞ୍ଚିଥିଲେ। ଏହି ସମୟରେ କଲ୍ୟାଣସିଂହପୁର ସାମ୍ବାଦିକ ସଂଘ ପକ୍ଷରୁ ସଦସ୍ୟମାନେ ମିଶି ମନ୍ତ୍ରୀଙ୍କୁ ସାକ୍ଷାତ କରି କଲ୍ୟାଣସିଂହପୁର ଠାରୁ ଭୁବନେଶ୍ଵର କିମ୍ବା ପୁରୀ କୁ ସରକାରୀ ବସ୍ ସେବା ଯୋଗାଇ ଦେବାକୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ସାମ୍ବାଦିକ ତଥା ସ୍ବେଛାସେବୀ ସଂଗଠନ ସେବା ସେନାର ଜିଲ୍ଲା ସଭାପତି ସନ୍ତୋଷ କୁମାର ବଛା, ସାମ୍ବାଦିକ ଗଣେଶ ରାଉତ, ମାଲେସ କୌଶଲ୍ୟା, ପଦ୍ମନ ଭତ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉ କି ଉପାନ୍ତ ଅଞ୍ଚଳ କୁହାଯାଉଥିବା ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ରେ ପଚାଶ ହଜାର ରୁ ଉର୍ଦ୍ଧ ଜନ ସାଧାରଣ ବସବାସ କରି ଆସୁଛନ୍ତି । ଏଇ ଅଞ୍ଚଳ ରୁ ଅନେକ ବିଦ୍ୟାର୍ଥୀ ଭୁବନେଶ୍ୱର ରେ ଅଧ୍ୟୟନ କରି ଆସୁଛନ୍ତି । ରାଜଧାନୀ ହେଉ ହାଇକୋର୍ଟ କଟକ ହେଉ କିମ୍ବା ପୂରୀ କୁ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ହେଉ ଏମିତି ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ହେଉ କଲ୍ୟାଣସିଂହପୁର ରୁ ସିଧା ଭୁବନେଶ୍ବର କିମ୍ବା ପୁରୀ କୁ ଯିବାପାଇଁ କୌଣସି ବସ୍ ସେବା କିମ୍ବା ରେଳ ବ୍ୟବସ୍ଥା ନାହିଁ ଅଥଚ ସିକରପାଇ ରେଳଷ୍ଟେସନ ଦେଇ ହୀରାଖଣ୍ଡ ଏକ୍ସପ୍ରେସ ଚାଲୁଥିବା ବେଳେ ସିକରପାଇ ଷ୍ଟେସନରେ ଏହି ଟ୍ରେନ୍ ର ରହଣୀ ବ୍ୟବସ୍ଥା ନ ଥିବାରୁ ଲୋକେ ରାୟଗଡ଼ା ଯାଇ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି ଏଥିପାଇଁ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଯଦି କଲ୍ୟାଣସିଂହପୁର ଠାରୁ ସିଧା ଭୁବନେଶ୍ୱରକୁ ବସ୍ ଚଳାଚଳ ହେଲେ ଅନେକ ଲୋକ ଉପକୃତ ହେବା ସହ ଅଞ୍ଚଳର ଆର୍ଥିକ ଅଗ୍ରଗତି ଏବଂ ଗମନାଗମନର ସଫଳ ବ୍ୟବସ୍ତା ହୋଇପାରିବ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି। ତେବେ ପୁର୍ବରୁ ମଧ୍ୟ ଗତ ସରକାର ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଏହି ଦାବୀ ଉଠିଥିବା ବେଳେ କିଛି ଫଳପ୍ରଦ ହୋଇ ନ ଥିବା ବେଳେ ବର୍ତ୍ତମାନର ସରକାର ଏହାକୁ କିପରି ଭାବେ କାର୍ଯ୍ୟକାରୀ କରିବ ତାହା ଦେଖିବାକୁ ବାକି ରହିଲା।

ରାୟଗଡା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *