ଗ୍ରୀଷ୍ମ ପ୍ରବାହରୁ କିପରି ଭାବେ ମୁକାବିଲା କରାଯାଇ ପାରିବ, ସେ ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଇଥିଲା ।

ବଲାଙ୍ଗୀର ;ତା-୧୨/୦୩(ବିଏମସି ଟିଭି ଓଡ଼ିଆ)

ଆଜି ଉପ ଜିଲ୍ଲାପାଳ, ଟିଟିଲାଗଡଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ରେହାନ ଖତ୍ରିଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହରୁ କିପରି ଭାବେ ମୁକାବିଲା କରାଯାଇ ପାରିବ, ସେ ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଇଥିଲା । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନସାଧାରଣଙ୍କୁ ସତର୍କତା ଅବଲମ୍ଭନ ନିମନ୍ତେ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ମାଧ୍ୟମରେ ଅବଗତି ନିମନ୍ତେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ନିର୍ବାହୀ ଅଧିକାରୀ, ପୌରପରିଷଦ ଟିଟିଲାଗଡ ଓ ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଆଞ୍ଚଲ ପରିଷଦ, କଣ୍ଟାବାଞ୍ଜି, ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ସେହିପରି ଭାବେ ଜରୁରୀକାଳୀନ ନିମନ୍ତେ କୋଣ୍ଟ୍ରଲ ରୁମ ଖୋଲା ଯିବା , ଉପଖଣ୍ଡ, ସିଏଚସି, ପିଏଚସି ରେ ଅଂଶୁଘାତ ରୋଗୀଙ୍କ ନିମନ୍ତେ ସ୍ଵତନ୍ତ୍ର କକ୍ଷ, ଛାତ୍ରଛାତ୍ରୀଙ୍କ ପାଠ ପଢା ଏବଂ ଶ୍ରମିକ ମାନେ ସରକାର ଙ୍କ ଦ୍ଵାରା ନିର୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନା, ଅଙ୍ଗନୱାଡି ତଥା ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା, ଯଥେଷ୍ଠ ମାତ୍ରାରେ ଓଆରଏସ ଗୋଚ୍ଛିତ ରଖିବା, ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଅଚଳ ହୋଇଥିବା ନଳକୂପ ଗୁଡିକ ମରାମତି କରି ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବା, ନୀରବିଚ୍ଛିନ୍ନ ଭାବେ ବିଦ୍ୟୁତ୍ ଯୋଗାଣ , ଚିକିତ୍ସାଳୟରେ ଅଂଶୁଘାତ ରୋଗୀଙ୍କ ଜରୁରୀକାଳୀନ ଚିକିତ୍ସା ନିମନ୍ତେ ଶୀତତାପ ନିୟନ୍ତ୍ରଣ କକ୍ଷ, ସେହିପରି ଗ୍ରାମାଞ୍ଚଳ, ପ୍ରମୁଖ ଛକ ଗୁଡିକରେ ଜନସାଧାରଣଙ୍କ ପାଇଁ ଜଳଛତ୍ର ଖୋଲିବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଅଂଶୁଘାତରେ ମୃତ୍ୟୁବରଣ ହୋଇଥିବା ପୀଡିତଙ୍କ ପରିଜନଙ୍କୁ ସରକାରଙ୍କ ଦ୍ଵାରା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଅଛି, ଏହା ସମ୍ପୃକ୍ତ ଚିକିତ୍ସା ଅଧିକାରୀ ଓ ତହସିଲଦାରଙ୍କ ମିଳିତ ତଦନ୍ତ ଓ ଚୁଡାନ୍ତ ରିପୋର୍ଟ ଆଧାରକ୍ରମେ ପରିଜନଙ୍କୁ ପ୍ରଦାନ କରାଯିବ । ଆଜିର ଏହି ବୈଠକରେ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଟିଟିଲାଗଡ ଶ୍ରୀ ନାରାୟଣ ପ୍ରଧାନ, ସହାୟକ ଜିଲ୍ଲାପାଳ ଶ୍ରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଟିଟିଲାଗଡ ଶ୍ରୀ ଚନ୍ଦ୍ରମଣି ନାଗଙ୍କ ସମେତ ବିଭିନ୍ନ ପଦସ୍ଥ ଅଧିକାରି ଏବଂ ସମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *