ଫୁଲବାଣୀରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ ହୋଇଯାଇଛି।

କନ୍ଧମାଳ ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)

ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ଗତକାଲି ଜିଲ୍ଲା ନୋଡାଲ ଅଧିକାରୀ ତଥା ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନ, କନ୍ଧମାଳ ଶ୍ରୀ ମନୋରଞ୍ଜନ ହାଁସଦାଙ୍କ ସଭାପତିତ୍ୱରେ ସ୍ଥାନୀୟ ପଞ୍ଚାୟତ ଭବନ ପରିସର ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ମୁଖ ମୁଖ୍ୟ ଅତିଥ୍ ଭାବରେ ଯୋଗ ଦେଇ ମାନ୍ୟବର ବିଧାୟକ, ଘୁ. ଉଦୟଗିରି ବିଧାନସଭା ମଣ୍ଡଳୀ, ଶ୍ରୀ ପ୍ରଫୁଲ୍ଲ କୁମାର ପ୍ରଧାନ କହିଥିଲେ ଯେ ଦେଶର ଉନ୍ନତି ହେବାକୁ ହେଲେ ରାଜନେତା, ସରକାରୀ କର୍ମଚାରୀ, ସାଧାରଣ ଜନତା ସହଯୋଗ ର ହାତ ବଢାଇବା ସହିତ କୃଷକ ଭାଇମାନେ ଏକଯୋଟ ହେବାକୁ ପଡିବ । ଅଧିକାରୀମାନେ ସରକାରୀ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରି ପାରିଲେ ଚାଷୀ ଏହାର ଲାଭ ନେଇପାରିବେ । ଯେହେତୁ କନ୍ଧମାଳ ଏକ ପାହାଡ ପର୍ବତ ଘେରା ଅଞ୍ଚଳ ସବୁ ଜାଗାକୁ କେନାଲ ପାଣି ଚାଷୀଙ୍କ ନିକଟରେ ପହଂଚି ପାରିବ ନାହିଁ, ତେଣୁ ଯେଉଁ ଜାଗାରେ ଯେଉଁ ଜଳ ସେଚନ ଉପ‌ଯୋଗୀ ତାହାର ସୁବନ୍ଦୋବସ୍ତ କରିବାକୁ ସରକାରୀ ଅଧିକାରୀମାନଙ୍କୁ ନିବେଦନ କରିଥିଲେ । । ଅନ୍ୟତମ ସମ୍ମାନୀତ ଅତିଥ୍ ଭାବେ ଉପାଧ୍ଯକ୍ଷା, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀମତୀ ସାଧବାଣୀ ନାୟକ କହିଲେ ଯେତେବେଳେ ବିଭିନ୍ନ ଗାଁକୁ ଯାଆନ୍ତି, ଲୋକଙ୍କଠାରୁ ମୁଖ୍ୟତ ଜଳ ସମସ୍ୟା ବିଷୟରେ ଶୁଣିବାକୁ ମିଳେ । ଏହାର ଶୀଘ୍ର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିବେଦନ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କନ୍ଧମାଳ ଶ୍ରୀ ସୀତାକାନ୍ତ ରାଉତ କହିଲେ ଯେ ଜଙ୍ଗଲ କ୍ଷୟ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜଳ ଉତ୍ସର ପରିମାଣ ଦିନକୁ ଦିନ କମିବାକୁ ଲାଗିଛି । ଜଙ୍ଗଲ ଓ ଜଳର ସଂରକ୍ଷଣ କରିବା ଆବଶ୍ୟକ । ଚାଷ ପାଇଁ ଗୋପାଳନ କରିବାକୁ ପଡିବ କାରଣ ଗୋବର ଖତର ବିକଳ୍ପ ନାହିଁ, , କମ୍ କମ୍ ରାସାୟନିକ ସାର ବ୍ୟବହାର ଉପରେ ଗୁରୁତ୍ବ ଦେବା ସହିତ ମାଟିକୁ ନିୟମିତ ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ । ଏହିପରି ଭାବରେ ବିଭିନ୍ନ ବିଭାଗର ଅଧିକାରୀମାନେ ସେମାନଙ୍କ ବିଭାଗର ଯୋଜନା ଏବଂ ଏହାର କିପରି ଭାବରେ ଚାଷୀ ଭାଇ ଭଉଣୀ ଲାଭ ନେଇପାରିବେ ସେ ବିଷୟରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇଥିଲେ । ପାଣି ପଞ୍ଚାୟତ ପକ୍ଷ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଗିତାରେ କୃତିତ୍ଵ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପ୍ରମାଣପତ୍ର ସହିତ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଉପବିଭାଗ ଅଧିକାରୀ ଶ୍ରୀ ଗୋଲକ ବିହାରୀ ସାହାଣୀ ପାଣି ପଂଚାୟତ ପକ୍ଷ ପାଳନ ସଭାକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ ।ଏହି ସଭାରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧୁକାରୀ ଡ. ସଞ୍ଜୀବ କୁମାର ପଟେଲ, ଅତିରିକ୍ତ ଉପ ନିର୍ଦ୍ଦେଶକ, ଉଦ୍ୟାନ କୃଷି ବିନୋଦ କୁମାର ଜେନା, ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ ରଞ୍ଜନ ମହାପାତ୍ର, ନିର୍ବାହୀ ଯନ୍ତ୍ରୀ, ଜଳସେଚନ ବିଭାଜନ, ଫୁଲବାଣୀ  ହିତେଶ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା, ଅତିରିକ୍ତ ମତ୍ସ୍ୟ ଅଧୁକାରୀ ଶ୍ରୀମତୀ ଆଶାଲକ୍ଷ୍ମୀ ପାଇକରାୟ ଓ ବିଭିନ୍ନ ସରକାରୀ ଅଧିକାରୀ, ପାଣି ପଞ୍ଚାୟତ ପ୍ରତିନିଧ୍, ଚାଷୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଗର କର୍ମକର୍ତ୍ତାଙ୍କ ସମେତ ଗଣମାଧ୍ୟମର ପ୍ରତିନିଧୁମାନେ ଉପସ୍ଥିତ ଥିଲେ ।

କନ୍ଧମାଳ  ରୁ କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *