ତାଇକୋଣ୍ଡୁ ଆସୋସିଏସନ ଅଫ ବ୍ରହ୍ମପୁର, ଗଞ୍ଜାମ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ।

ଗଞ୍ଜାମ ;ତା-୦୩/୦୬(ବିଏମସି ଟିଭି ଓଡ଼ିଆ)

ହିଲପାଟଣା ତାଇକୋଣ୍ଡୁ ଆସୋସିଏସନ ଅଫ ବ୍ରହ୍ମପୁର TAB କାର୍ଯ୍ୟାଳୟରେ ବିଜୟୀ ହୋଇଥିବା ଖେଳାଳି ମାନଙ୍କୁ ନେଇ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମେ ମାସ ୩୦ ତାରିଖ ଠାରୁ ଆରମ୍ଭ ହୋଇ ଜୁନ ୧ ତାରିଖ ପଯ୍ୟନ୍ତ ଦୀର୍ଘ ୩ ବ୍ୟାପି କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଏମ (J.N. Indoor Stadium ) ଠାରେ ୯ମ ଓପନ୍ ଜାତୀୟ (ନ୍ୟାସନାଲ )ଟାଏକୋଣ୍ଡୋ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା । ଏହି ଟାଏକୋଣ୍ଡୋ ଚାମ୍ପିଅନସିପ୍ ରେ ୧୨ ରାଜ୍ୟ ଅଂଶ ଗ୍ରହଣ କରିଥିଲେ । ଟାଏକୋଣ୍ଡୋ ଆସୋସିଏସନ ସଚିବ ସତ୍ୟ ନାରାୟଣ ତ୍ରିପାଠୀଙ୍କ ତତ୍ୱାବଧାନରେ ଟାଏକୋଣ୍ଡୋ ସଂଘର କୋଚ ଟି. ଦିଲ୍ଲୀପ କୁମାର, ସୋନୁ ମହାରଣା, ଶୁଭମ କୁମାର ସାହୁ, ଏମ. ଜୟନ୍ତୀ ଖେଳାଳି ମାନଙ୍କୁ ନେଇ କଟକ ଗ୍ରସ୍ତ କରିଥିଲେ । ବ୍ରହ୍ମପୁର ଗଞ୍ଜାମ ଟାଏକୋଣ୍ଡୋ ସଂଘ ପକ୍ଷରୁ ୩୭ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୦ ଜଣ ସ୍ବର୍ଣ୍ଣ, ୬ ଜଣ ରୋପ୍ୟ ଓ ୧୦ ଜଣ କାଂସ୍ୟ ପଦକ ଜିତି ବ୍ରହ୍ମପୁର ଏବଂ ଗଞ୍ଜାମ ନାମକୁ ଗର୍ବିତ କରିଛନ୍ତି । ପଦକ ବିଜେତା ହୋଇଥିବା ଅଦିତି ନାୟକ(ସ୍ବର୍ଣ୍ଣ),ଅଦ୍ୟାଶା କିରଣ(ସ୍ଵର୍ଣ୍ଣ),ଅଲିଶା ସବତ(ରୋପ୍ୟ), ଅଦ୍ୟାଶା ସାବତ(କାଂସ୍ୟ), ଆତ୍ମଜା ସlବତ(କାଂସ୍ୟ),ବାଲାଜୀ ପ୍ରସାଦ ପାଢ଼ୀ(ସ୍ବର୍ଣ୍ଣ), ପ୍ରତିକ ପାତ୍ର (ସ୍ଵର୍ଣ୍ଣ), ଆଦର୍ଶ ନାୟକ(ସ୍ଵର୍ଣ୍ଣ), ବିଶାଳ କୁମାର ନାଇକ(ସ୍ଵର୍ଣ୍ଣ), ସଂଜୀବନ ସାମନ୍ତରାୟ (ରୋପ୍ୟ),ସୁଭଦର୍ଶନ କୁମାର(ସ୍ବର୍ଣ୍ଣ),ଆହାନା ରାଜଗୁରୁ(ସ୍ଵର୍ଣ୍ଣ),ସାନ୍ନବିକା ବେହେରା (ରୋପ୍ୟ), ଅଭିପ୍ସା
ପ୍ରହରାଜ(କାଂସ୍ୟ),ଏଲ. ଅଶ୍ୱିନୀ(ସ୍ବର୍ଣ୍ଣ),
କୃତିକା ଦଳାଇ (କାଂସ୍ୟ), ରଚନା ଦାସ (ସ୍ଵର୍ଣ୍ଣ), ଆରୋହୀ ହୋତା(ରୋପ୍ୟ), ଆୟୁଶ୍ରୀ ଦଳାଇ(ସ୍ଵର୍ଣ୍ଣ),ସାନ୍ଭିକା ବେହେରା(କୁମସେ)ରେ (ସ୍ବର୍ଣ୍ଣ), ଶିବାନ୍ଶ ପାଳ(କାଂସ୍ୟ), ରକ୍ସିତ ପଣ୍ଡା (ସ୍ଵର୍ଣ୍ଣ),ସୌମିକ ମାଝି (ସ୍ଵର୍ଣ୍ଣ), ଗୋତମ ସାହୁ(କାଂସ୍ୟ), ଗଣେଶ ସାହୁ (କାଂସ୍ୟ),ଅଦିତ୍ୟ ନାରାୟଣ ସାବତ(ସ୍ଵର୍ଣ୍ଣ),
ଆଦ୍ବିକ ସାହୁ(ସ୍ଵର୍ଣ୍ଣ), ସାଇ ପ୍ରକାଶ ସାହୁ (କାଂସ୍ୟ), ସୁଧାଂଶୁ ଶେଖର ସାହୁ( କାଂସ୍ୟ),ସାଇ ସତ୍ୟମ ପଣ୍ଡା (ସ୍ଵର୍ଣ୍ଣ), ରିତ୍ୱିକ ସିଂହ (ରୋପ୍ୟ), ପ୍ରତ୍ୟୁଷ ପାତ୍ର (କାଂସ୍ୟ), ଆଦର୍ଶ ସାହୁ(ସ୍ଵର୍ଣ୍ଣ), ଅତୁଳ କୁମାର ବିଶୋଇ (ରୋପ୍ୟ), କେ. ହିମାନ୍ତ ପାତ୍ର (ସ୍ଵର୍ଣ୍ଣ),ପି. ରୋନକ୍ ସୁବୁଧି(ସ୍ଵର୍ଣ୍ଣ), ଏହି ବିଜେତା ମାନଙ୍କୁ ୨ ଜୁନ ୨୦୨୫ ସୋମବାର ଦିନ TAB କାର୍ଯ୍ୟାଳୟରେ ସମ୍ମାନିତ କରାଯାଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜିତେନ୍ଦ୍ର କୁମାର ମୁନି (ଅଧ୍ୟକ୍ଷ TAB), ମାନ୍ୟବର ସଚିବ ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ, ଡ଼. ସତ୍ୟବ୍ରତ ଦାସ, ରଘୁନାଥ ପ୍ରଧାନ, ଟି ବଳରାମ ସମେତ ଟାଏକୋଣ୍ଡୋ ଆସୋସିଏସନ ସଦସ୍ୟମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ଦ୍ୱାରା ବିଜେତାମାନେ ସମ୍ମାନିତ ହେଇ ସ୍ପୋର୍ଟ୍ସ କ୍ୟାରିଅର ପାଇଁ ଉତ୍ସାହିତ ହୋଇଛନ୍ତି ।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *