ନୟାଗଡ ; ତା-୧୪/୦୨(ବିଏମସି ଟିଭି ଓଡ଼ିଆ)
ରାଜସ୍ବ ଆଦାୟ ପାଇଁ ସରକାର ସର୍ବଦା ତପ୍ତର। ତେବେ ସେ ଅବକାରୀ ବିଭାଗ ହେଉ ବା ଖଣି, ପରିବହନ ଟିକସ ହେଉ ବା ପର୍ଯ୍ୟଟନ ବିଭାଗ ଆଦି ଅନେକ ବିଭାଗ ଦ୍ୱାରା ଟିକସ ଆଦାୟ ସରକାର ଙ୍କ ଦ୍ୱାରା କରାଯାଇଥାଏ। ଏ ସବୁ ଅର୍ଥ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ସମାଜ କଲ୍ୟାଣ ଆଦି କ୍ଷେତ୍ରରେ ଖର୍ଚ୍ଚ ମଧ୍ୟ ହୋଇଥାଏ। ତେବେ ଏ ଅବସରରେ ଗଣିଆ ବ୍ଲକ ଅନ୍ତର୍ଗତ ଆଡ଼କଟା ପଞ୍ଚାୟତ ର ମୁଖ୍ୟ ଛକ ଠାରେ ନୂତନ ଭାବେ ପ୍ରଭାତ ବାରିକଙ୍କ ନାମରେ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଖୋଲାଗଲା। ଏ ଅଞ୍ଚଳରେ ବିଦେଶୀ ମଦ ର ଚାହିଦା ବଢିଥିବାରୁ ସରକାର ଙ୍କ ଦ୍ୱାରା ଏହି ପ୍ରୟାସ ସ୍ୱାଗତ ଯୋଗ୍ୟ ବୋଲି ଚର୍ଚ୍ଚା ହେଉଛି। ତେବେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା କୁ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଦରକାର।
ଦଶପଲ୍ଲା /ଗଣିଆ ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।