ରାଇରଙ୍ଗପୁର ;ତା-୧୯/୦୩(ବିଏମସି ଟିଭି ଓଡ଼ିଆ)
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରାଡ଼ିହି ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କ ପୌରାହିତ୍ୟରେ ବିଦ୍ୟାଳୟ ସ୍ତରୀୟ ସ୍ୱାସ୍ଥ୍ୟ ପରୀକ୍ଷା ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବହଳଦା ଚିକିତ୍ସାଳୟର ଡାକ୍ତର ସାଇବା ମୂର୍ମୁ ଯୋଗଦେଇ ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଚିତ୍ତ ରଞ୍ଜନ ମଣ୍ଡଳ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ପ୍ରକାଶ କରିଥିଲେ।

ସମ୍ମାନୀୟ ଅତିଥି ଭାବେ ଅସନା ପିଏଚସିର ଡାକ୍ତର ଜୟନ୍ତ କୁମାର ଗିରି ଯୋଗ ଦେଇ ପିଲାମାନଙ୍କର କାନ ଗହରର ପରୀକ୍ଷା କରିଥିଲେ।ଅନ୍ୟତମ ଅତିଥି ଭାବେ ଏସଏମସି କମିଟିର ଅଧ୍ୟକ୍ଷ ବୃହସ୍ପତି ବେହେରା,ଅସନା ପିଏଚସି ସାଲଖୁ ଟୁଡୁ, ଜିଏଚଏସଏସ କାର୍ଯକାରୀ ସଭାପତି ଉପେନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦେଇଥିଲେ ।ଏଥିରେ ବିଦ୍ୟାଳୟର କେଜିଵିଭି ଛାତ୍ରୀ,ନୋଡାଲ ଓ ହୃଷିକେଶ ଛାତ୍ରୀନିବାସର ଛାତ୍ରୀମାନେ ପରୀକ୍ଷା କରିବା ସହିତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀମାନେ ପରୀକ୍ଷା କରିଥିଲେ।

ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଓଆରଏସ ପାଉଡର ଓ ମେଡ଼ିସିନ ପ୍ରଦାନ କରାଯାଇଥିଲା। ଶେଷରେ ଜେଆରସି କାଉନସେଲର ମିତା ହାଁସଦା ଧନ୍ୟବାଦ ଦେଇଥିଲେ। ଏଥିରେ ବରିଷ୍ଠ ଶିକ୍ଷୟତ୍ରୀ ଦେଓଲା ମାଝୀ, ଧରିତ୍ରୀ ବେହେରା, ରଘୁନାଥ ମାଝୀ, ଶିବାନୀ ଦାଶ,ହରପ୍ରିୟା ଦାଶ,ଦେବକୀ ଗୋପାଲ,ପ୍ରଶାନ୍ତ କୁମାର ମହାନ୍ତ, ସାଗୀନ ମାଝୀ,ଗୀତାଞ୍ଜଳି ମହାନ୍ତ, ମମତା ମଞ୍ଜରୀ ପରିଡା,ଗୁରୁବାରୀ ମୂର୍ମୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।